ମହିଳା ଟ୍ବେଣ୍ଟି-୨୦, ସୁପରଲିଗ୍‌ରେ ଓଡ଼ିଶା ପରାସ୍ତ

କଟକ: ମୁମ୍ବାଇରେ ଚାଲିଥିବା ମହିଳା ଟ୍ବେଣ୍ଟି-୨୦ ସୁପରଲିଗ୍‌ରେ ଓଡ଼ିଶା ପରାସ୍ତ ହୋଇଛି। ଶନିବାର ଓଡ଼ିଶା ଖେଳିଥିବା ତୃତୀୟ ମ୍ୟାଚ୍‌ରେ ହିମାଚଳ ପ୍ରଦେଶଠୁ ୩ ଵିକେଟରେ ହାରିଯାଇଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟି˚ କରି ଓଡ଼ିଶା ୯୩ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ମାଧୁରୀ ମେହେଟ୍ଟା ୧୪, ମଧୁସ୍ମିତା ବେହେରା ୨୪, ସରିତା ମେହେର ୩୨ ରନ୍‌ କରିଥିଲା ବେଳେ ଅନ୍ୟମାନେ ୫ ରନ୍‌ରୁ ଅଧିକ ବି କରିପାରିନଥିଲେ। ହିମାଚଳ ଏହି ଲକ୍ଷ୍ୟକୁ ୧୮.୩ ଓଭରରେ ୭ ଵିକେଟ ହରାଇ ହାସଲ କରିନେଇଥିଲା। ନିକିତା ଚୌହାନ ୩୪, ସୁଷମା ବର୍ମା ୪୩ ରନ୍‌ର ପାଳି ଖେଳି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଓଡ଼ିଶା ପାଇଁ ପ୍ରିୟଙ୍କା ପ୍ରିୟଦର୍ଶିନୀ ୩, ରୋସନାରା ପରବିନ୍‌ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ୨ ଲେଖାଏଁ ଵିକେଟ ପାଇଥିଲେ। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ରେ ୧୧ ତାରିଖରେ ଝାଡ଼ଖଣ୍ତକୁ ଭେଟିବ।

ସମ୍ବନ୍ଧିତ ଖବର