କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଜାତୀୟ ମହିଳା ଫୁଟ୍ବଲ୍ ପ୍ରତିଯୋଗିତାରୁ ଓଡ଼ିଶା ବିଦାୟ ନେଇଛି। ଶୁକ୍ରବାର କ୍ୱାର୍ଟର ଫାଇନାଲ୍ରେ ଓଡ଼ିଶା ୦-୨ ଗୋଲ୍ରେ ତାମିଲନାଡ଼ୁଠୁ ପରାସ୍ତ ହୋଇଛି। ମ୍ୟାଚ୍ର ୫୦ତମ ମିନିଟ୍ରେ ପେନାଲ୍ଟି ଜରିଆରେ ତାମିଲନାଡ଼ୁ ପ୍ରଥମ ଗୋଲ୍ ଦେଇଥିଲା। ଏହାପରେ ୭୧ ମିନିଟ୍ରେ ମିଳିଥିବା ଫ୍ରି କିକ୍କୁ ତାମିଲନାଡୁ ଖେଳାଳି ଗୋଲ୍ରେ ପରିଣତ କରିଥିଲେ। ବିଜୟ ସହିତ ତାମିଲନାଡ଼ୁ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା। ଏହି ମ୍ୟାଚ୍ରେ ବିଜୟୀ ଦଳର ଇନ୍ଦୁମତୀଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ଫାଓ ଉପ ସଭାପତି ବିଜୟ ଦାସ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ରେ ଭାରତୀୟ ରେଳବାଇ ଦଳ ୨-୧ ଗୋଲ୍ରେ ଦିଲ୍ଲୀକୁ ହରାଇ ସେମିଫାଇନାଲ୍ରେ ପ୍ରବେଶ କରିଛି। ବିଜୟୀ ଦଳ ପକ୍ଷରୁ ନାଉବି ଦେବୀ ୧୨ ମିନିଟ୍ରେ ପ୍ରଥମ ଗୋଲ୍ ଦେଇଥିଲା ବେଳେ ଦିଲ୍ଲୀର ଡାଲିମା ଛିବେର ୬୦ ମିନିଟ୍ରେ ସ୍ଥିତି ୧-୧ କରିଦେଇଥିଲେ। ନିର୍ଧାରିତ ସମୟରେ ଆଉ ଗୋଲ୍ ନହେବାରୁ ଅତିରିକ୍ତ ସମୟରେ ଓ୍ଵାଇ କମଳା ଦେବୀଙ୍କ ଗୋଲ୍ ବଳରେ ରେଳବାଇ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ଓ୍ଵାଇ କମଳା ଦେବୀ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।
କ୍ୱାର୍ଟରରେ ଓଡ଼ିଶା ପରାସ୍ତ
ଜାତୀୟ ମହିଳା ଫୁଟ୍ବଲ୍
/sambad/media/post_attachments/wp-content/uploads/2017/12/football-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)