ବରଗଡ଼: ବିକାଶ ଷ୍ଟାଡିୟମ୍ରେ ଚାଲିଥିବା କୁଚ୍ ବେହାର ଟ୍ରଫି କ୍ରିକେଟ୍ରେ ଓଡ଼ିଶା ୧୯୪ ରନ୍ରେ ଝାଡ଼ଖଣ୍ଡ ନିକଟରୁ ହାରିଯାଇଛି। ମଙ୍ଗଳବାରର ଅସମାପ୍ତ ୧୬୫/୫ ରନ୍ରୁ ଖେଳିଥିବା ଓଡ଼ିଶା ବୁଧବାର ଆଉ ୩୯ ରନ୍ ଯୋଡ଼ି ଅବଶିଷ୍ଟ ୫ ଓ୍ଵିକେଟ୍ ହରାଇଥିଲା। ଝାଡ଼ଖଣ୍ଡ ପକ୍ଷରୁ ଦ୍ରୁତ ବୋଲର୍ ସୁଶାନ୍ତ ମିଶ୍ର ୫/୩୯ ଏବଂ ବିବେକ ଆନନ୍ଦ ତିଓ୍ଵାରୀ ୪/୧୦୯ ବୋଲିଂ ଚିତ୍ର ପାଇଥିଲେ। ଓଡ଼ିଶା ପାଳିକୁ ୨୦୪ ରନ୍ରେ ଶେଷ କରିଥିବା ଝାଡ଼ଖଣ୍ଡ ବିଜୟ ସହ ୬ ପଏଣ୍ଟ ଅକ୍ତିଆର କରିଛି।
ଝାଡ଼ଖଣ୍ଡଠୁ ୧୯୪ ରନ୍ରେ ହାରିଲା ଓଡ଼ିଶା
/sambad/media/post_attachments/wp-content/uploads/2017/12/SBPHO20-BRG-Kuch-Behar-Trophy-VIVEK-ANAND-TIWARI.jpg)