ଝାଡ଼ଖଣ୍ଡ୍‌ଠୁ ୨ ରନ୍‌ରେ ହାରିଲା ଓଡ଼ିଶା

ଦାୟିତ୍ବହୀନ ବ୍ୟାଟି˚, ଏକା ଲଢିଲେ ଶୁଭ୍ରା˚ଶୁ

କଟକ: ଏକା ଶୁଭ୍ରାଂଶୁ ସେନାପତିଙ୍କ ବ୍ୟତୀତ ଅନ୍ୟମାନଙ୍କ ଦାୟିତ୍ବହୀନ ବ୍ୟାଟିଂ ପାଇଁ ନିର୍ଣ୍ଣାୟକ ଶେଷ ଦିନରେ ଓଡ଼ିଶା ନିଶ୍ଚିତ ବିଜୟ ସୁଯୋଗ ହାତଛଡ଼ା କଲା। ଫଳସ୍ବରୂପ ରାଞ୍ଚିରେ ଖେଳାଯାଇଥିବା ଝାଡ଼ଖଣ୍ତ ବିପକ୍ଷ ରଣଜୀ ମ୍ୟାଚ୍‌ରେ ଓଡ଼ିଶା ମାତ୍ର ୨ ରନ୍‌ରେ ପରାଜିତ ହେଲା। ଆରମ୍ଭରୁ ସହଜସାଧୢ ଲାଗୁଥିଲେ ବି ଓଡ଼ିଶା ବ୍ୟାଟ୍ସମ୍ୟାନଙ୍କ ଖାମଖିଆଲି ପ୍ରଦର୍ଶନ ପାଇଁ ଦିନର ମଧ୍ୟଭାଗ ଆଡ଼କୁ ସ୍ଥିତି କଷ୍ଟସାଧୢ ହୋଇପଡ଼ିଥିଲା। ତଥାପି ଗୋଟିଏ ପଟୁ ଏକୁଟିଆ ଦଳର ଭାର ସମ୍ଭାଳିଥିବା ଶୁଭ୍ରା˚ଶୁ (୧୫୭*) ଶେଷ ପର୍ଯ୍ୟନ୍ତ ସ˚ଘର୍ଷ କରି ଦଳକୁ ବିଜୟର ନିକଟତର କରିଥିଲେ। କିନ୍ତୁ ଶେଷ ଖେଳାଳି ଭାବେ ୨ ଘଣ୍ଟା ଧରି ତାଙ୍କୁ ସାଥୀ ଦେଇଥିବା ଧୀରାଜ ସି˚ହଙ୍କୁ ବରୁଣ ଆରୋନ୍‌ ବୋଲ୍‌ଡ କରିଦେବାରୁ ସବୁ ଆଶା ପାଣିରେ ମିଶିଯାଇଥିଲା। ଓଡ଼ିଶା ୨୫୭ ରନ୍‌ରେ ଦ୍ବିତୀୟ ପାଳିର ସମସ୍ତ ଵିକେଟ ହରାଇଥିଲା। ସ˚ଘର୍ଷପୂର୍ଣ୍ଣ ତଥା ସାହସ ଦେଖାଇଥିବା ଶୁଭ୍ରା˚ଶୁଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଚଳିତ ଋତୁରେ ଦ୍ବିତୀୟ ଥର ପାଇଁ ଓଡ଼ିଶା ପରାସ୍ତ ହୋଇଛି।

ବିଜୟ ପାଇଁ ୧୭୯ ରନ୍‌ ଲକ୍ଷ୍ୟ ନେଇ ଶେଷ ଦିନରେ ପଡ଼ିଆକୁ ଓହ୍ଲାଇଥିବା ଶୁଭ୍ରା˚ଶୁ ଓ ବିପ୍ଲବ ସାମନ୍ତରାୟଙ୍କ ଯୋଡ଼ି ଚୁତୁର୍ଥ ଵିକେଟ୍‌ରେ ଗୁରୁତ୍ବପୂର୍ଣ୍ଣ ୫୩ ରନ୍‌ ଯୋଡ଼ିଥିଲେ। ଏହି ଦୁଇଜଣଙ୍କଠୁ ବଡ଼ ଭାଗୀଦାରି ଆଶା କରାଯାଉଥିଲା ବେଳେ ବିପ୍ଲବ ମାତ୍ର ୨୩ ରନ୍‌ କରି ଅନୁକୁଳ ରୟଙ୍କ ଶିକାର ହୋଇଥିଲେ। ତାଙ୍କ ପଛକୁ ପଛ ଦୁଇ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ ସୁଜିତ ଲେଙ୍କା (୨), ଅଭିଷେକ ରାଉତ (୩) ଖୁବ୍‌ ଶସ୍ତାରେ ନିଜ ଵିକେଟ୍‌ ଫିଙ୍ଗି ଦେଇଥିଲେ। ପ୍ରଥମ ପାଳିରେ ଅର୍ଧଶତକ ଅର୍ଜନ କରିଥିବା ସୂର୍ଯ୍ୟକାନ୍ତ ପ୍ରଧାନ (୫)ଙ୍କ ବ୍ୟାଟ୍‌ ଏହି ପାଳିରେ ଶାନ୍ତ ପଡ଼ିଯାଇଥିଲା। ମଧ୍ୟାହ୍ନ ବିରତି ସୁଦ୍ଧା ଓଡ଼ିଶା ୧୫୪ ରନ୍‌ରେ ୭ ଵିକେଟ୍‌ ହରାଇ ସଂକଟରେ ପଡ଼ିଯାଇଥିଲା। ସେତେବେଳକୁ ବିଜୟ ପାଇଁ ଆହୁରି ୧୦୬ ରନ୍‌ର ଆବଶ୍ୟକ ରହିଥିଲା। ନିମ୍ନକ୍ରମ ଖେଳାଳି ହିଁ ଶେଷ ଭରସା ହୋଇଥିଲା ବେଳେ ମଧ୍ୟାହ୍ନ ବିରତି ପରେ ରାଜେଶ ମହାନ୍ତି ଖାତା ଖୋଲିବା ପୂର୍ବରୁ ପାଭିଲିଅନ ଫେରିଥିଲେ। ଅଭିଜ୍ଞ ବସନ୍ତ ମହାନ୍ତି କିନ୍ତୁ ଦମ୍ଭ ଦେଖାଇ ପିଚ୍‌ରେ କିଛି ସମୟ ତିଷ୍ଠି ଥିଲେ। ଶୁଭ୍ରା˚ଶୁ ଅଧିକ ଷ୍ଟ୍ରାଇକ୍‌ ନିଜ ପାଖରେ ରଖି ୨୧୬ ବଲ୍‌ରେ ଶତକ ଅର୍ଜନ କରିଥିଲେ। ହେଲେ ଦଳୀୟ ସ୍କୋର୍‌ ୧୯୩ ବେଳେ ବସନ୍ତ (୪) ଆଉଟ୍‌ ହୋଇଯାଇଥିଲେ। ଶେଷରେ ଧୀରାଜଙ୍କ ସହ ଶୁଭ୍ରା˚ଶୁ ପାଖାପାଖି ୨୫ ଓଭର ବ୍ୟାଟି˚ କରି ୬୪ ରନ୍‌ ଯୋଡ଼ିଥିଲେ। ଏହି ଭାଗୀଦାରିରେ ଶୁଭ୍ରା˚ଶୁଙ୍କ ଅବଦାନ ୫୭ ରନ୍‌ ଥିଲା। ଶେଷ ପର୍ଯ୍ୟନ୍ତ ଅପରାଜିତ ଥିବା ଶ୍ରୁଭା˚ଶୁ ୧୫୭ ରନ୍‌ (୩୨୧ ବଲ୍‌, ୧୨ ଚୌକା, ୬ ଛକା) କରିଥିଲେ ମଧ୍ୟ ଦଳକୁ ବିଜୟୀ କରାଇପାରିନଥିବାରୁ ଦୁଃଖିତ ହୋଇପଡ଼ିଥିଲେ।

ସମ୍ବନ୍ଧିତ ଖବର