ମହିଳା ଦିନିକିଆରେ ଛତିଶଗଡ଼କୁ ହରାଇଲା ଓଡ଼ିଶା

କଟକ: ସୁରତରେ ଚାଲିଥିବା ବରିଷ୍ଠ ମହିଳା ଦିନିକିଆରେ ଓଡ଼ିଶା ତୃତୀୟ ବିଜୟ ପାଇଛି। ଗୁରୁବାର ଓଡ଼ିଶା ଖେଳିଥିବା ଚତୁର୍ଥ ମ୍ୟାଚ୍‌ରେ ଦଳଗତ ପ୍ରଦର୍ଶନ ବଳରେ ଛତିଶଗଡ଼କୁ ୫ ଵିକେଟ୍‌ରେ ପରାସ୍ତ କରିଛି। ଟସ୍‌ ଜିତି ଓଡ଼ିଶା ବୋଲି˚ କରିଥିଲା ବେଳେ ଛତିଶଗଡ଼ ପାଳିକୁ ୧୪୮ ରନ୍‌ରେ ସୀମିତ ରଖିଥିଲା। ଛତିଶଗଡ଼ର ମନପ୍ରୀତ କୌର ସର୍ବାଧିକ ୩୨, ଐଶ୍ବର୍ଯ୍ୟା ସି˚ହ ୨୫, ପ୍ରା˚ଶୁ ପ୍ରିୟା ୨୪ ରନ୍‌ କରିଥିଲେ। ରସନାରା ପରବିନ୍‌ ଓ ମଧୁସ୍ମିତା ବେହେରା ୩ ଲେଖାଏଁ ଵିକେଟ୍‌ ନେଇଥିଲେ। ସୁଶ୍ରୀ ଦିବ୍ୟଦର୍ଶିନୀ ୨, ସୁଜାତା ମଲ୍ଲିକ ୧ ଵିକେଟ୍‌ ପାଇଥିଲେ। ଜବାବରେ ଓଡ଼ିଶା ୪୦.୧ ଓଭରରେ ୫ ଵିକେଟ୍‌ ହରାଇ ମ୍ୟାଚ୍‌ ଜିତିଯାଇଥିଲା। ପ୍ରାରମ୍ଭିକ ଖେଳାଳି ମାଧୁରୀ ମେହେଟ୍ଟା ୪୭, ସରିତା ମେହେର ୪୧ ରନ୍‌ କରିଥିଲେ। ତେବେ ଅଞ୍ଜଳି ସି˚ହ (୨୦*) ଓ ମଧୁସ୍ମିତା ବେହେରା (୧୦*) ଅପରାଜିତ ରହି ବିଜୟ ମୁଣ୍ଡି ମ‌ାରିଥିଲେ। ଓଡ଼ିଶା ଶେଷ ଲିଗ୍‌ ମ୍ୟାଚ୍‌ ଗୁଜରାଟ ସହିତ ୨୦ ତାରିଖରେ ଖେଳିବ।

ସମ୍ବନ୍ଧିତ ଖବର