ଓଡ଼ିଶା ପୁରୁଷ ଓ ମହିଳା ଦଳର ଆଧିପତ୍ୟ ଜାରି

ଢେଙ୍କାନାଳ: ଢେଙ୍କାନାଳ ଷ୍ଟାଡିୟମ୍‌ଠାରେ ଚାଲିଥିବା ଅଷ୍ଟମ ଜାତୀୟ ଫୁଟ୍‌ବଲ ଟେନିସ୍‌ ପ୍ରତିଯୋଗିତାର ମଙ୍ଗଳବାର ଦ୍ୱିତୀୟ ଦିନ ମଧ୍ୟ ଓଡ଼ିଶାର ପୁରୁଷ ଓ ମହିଳା ଦଳ ଆଧିପତ୍ୟ ବଜାୟ ରଖିଛନ୍ତି। ଏଥି ସହିତ ପୁରୁଷ ଦଳ କ୍ୱାର୍ଟର ଫାଇନାଲ ଏବଂ ମହିଳା ଦଳ ସେମି ଫାଇନାଲରେ ପ୍ରବେଶ କରିଛି। ପୁରୁଷ ଯୁଗଳରେ ଓଡ଼ିଶା ସାଙ୍ଗକୁ ତାମିଲନାଡୁ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜୁରାଟ, ପୁଡୁଚେରୀ, କେରଳ (ଏ), ମହାରାଷ୍ଟ୍ର କ୍ୱାର୍ଟର ଫାଇନାଲ ପ୍ରବେଶ କରିଥିବା ବେଳେ ଏକକରେ ଓଡ଼ିଶା ବ୍ୟତୀତ ପୁଡୁଚେରୀ, କେରଳ (ଏ), ମହାରାଷ୍ଟ୍ର, ତାମିଲନାଡୁ, ଛତିଶଗଡ, ଗୁଜୁରାଟ ଓ ଦିଲ୍ଲୀ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି। ମହିଳାରେ ଓଡ଼ିଶା ବ୍ୟତୀତ ବିହାର, ମହାରାଷ୍ଟ୍ର, ତାମିଲନାଡୁ ଯୁଗଳରେ ଏବଂ ତାମିଲନାଡୁ, ବିଦର୍ଭ, ବିହାର ଏକକରେ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ସୁଜିତ କୁମାର ପାତ୍ର, ଆନ୍ନା କେର୍‌କେଟା, ସଂଜୟ କୁମାର ଜେନା, ଲକ୍ଷ୍ମଣ ନାୟକ, ସୁଦାମ ମିଶ୍ର, ରମଣ ରଘୁ ନାଥନ, ମୈଥାଳି ମହାନ୍ତି, ମନସ୍ୱିନୀ ବଳ, ରଶ୍ମିତା ମହାନ୍ତି ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ପି ସୁକୁମାରନ୍‌ଙ୍କ ମ୍ୟାଚ କମିଶନର ରହିଥିଲେ। ବରିଷ୍ଠ କ୍ରୀଡାବିତ୍‌ ତଥା ସାମ୍ବାଦିକ ପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର