ବଅଁରପାଳ: ପିଏସ୍ଏସ୍ଜେ କଲେଜ ଖେଳ ପଡ଼ିଆରେ ଆୟୋଜିତ ୧୫ତମ ଜାତୀୟ ପୂର୍ବାଞ୍ଚଳ ନେଟ୍ବଲ୍ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଛି। ଫାଇନାଲ୍ ମ୍ୟାଚ୍ରେ ମହିଳା ବିଭାଗରେ ବିହାର ବିଜେତା, ଓଡ଼ିଶା ଉପବିଜେତା ଓ ଝାଡ଼ଖଣ୍ଡ ତୃତୀୟ ସ୍ଥାନରେ ରହିଥିଲା। ପୁରୁଷରେ ଓଡ଼ିଶା ବିଜେତା, ବିହାର ଉପବିଜେତା ଓ ପଶ୍ଚିମବଙ୍ଗ ତୃତୀୟ ସ୍ଥାନ ଅଧିକାର କରିଛି। ଉଦ୍ଯାପନୀ ଉତ୍ସବରେ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ, ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ।