ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଦ୍ୱିତୀୟ ଦିନ ୧୦ ଗୋଲ, ଆସନ୍ତାକାଲି ଅଷ୍ଟ୍ରେଲିଆ-ଆୟରଲାଣ୍ଡ ଓ ଇଂଲଣ୍ଡ-ଚୀନ ମଧ୍ୟରେ ହେବ ମୁକାବିଲା

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ଦ୍ୱିତୀୟ ଦିନ ଗୁରୁବାର ଖେଳାଳିମାନେ ୧୦ଟି ଗୋଲ ଦେଇଛନ୍ତି। ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୪-୩ ଗୋଲରେ ସ୍ପେନକୁ ପରାସ୍ତ କରିଥିବା ବେଳେ ଫ୍ରାନ୍ସ ବିପକ୍ଷରେ ନ୍ୟୁଜିଲାଣ୍ଡ ୨-୧ ଗୋଲରେ ଦ୍ୱିତୀୟ ମ୍ୟାଚ ଜିତିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଶୁକ୍ରବାର ପୁଲ-ବି କାଉଣ୍ଟରରେ ଅଷ୍ଟ୍ରେଲିଆ ଓ ଆୟରଲାଣ୍ଡ ମଧ୍ୟରେ ସନ୍ଧ୍ୟା ୫ଟାରେ ମୁକାବିଲା ହେବାକୁ ଥିବା ବେଳେ ରାତି ୭ଟାରେ ଇଂଲଣ୍ଡକୁ ଚୀନ ଭେଟିବ।

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁଲ-ଏ’ର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡ ଗୁରୁବାର ବିଜୟୀ ହୋଇଛି। ହକି ବିଶ୍ୱକପର ୧୪ତମ ସଂସ୍କରଣର ୪ର୍ଥ ମ୍ୟାଚରେ ଫ୍ରାନ୍ସ ୨-୧ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି।

ଆଜି ‘ପୁଲ-ଏ’ରେ ପ୍ରଥମ ମ୍ୟାଚ ଆର୍ଜେଣ୍ଟିନା ଓ ସ୍ପେନ ମଧ୍ୟରେ ଖେଳାଯାଇଥିଲା। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆର୍ଜେଣ୍ଟିନା ୪-୩ ଗୋଲରେ ସ୍ପେନ ବିପକ୍ଷରେ ବିଜୟୀ ହୋଇଥିଲା। ଆର୍ଜେଣ୍ଟିନାର ଅଗଷ୍ଟାଇନ୍‌ ମଜିଲିଙ୍କୁ ‘ମ୍ୟାନ୍‌ ଅଫ ଦ ମ୍ୟାଚ’ ସ୍ୱରୂପ ୫୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର