ଭୁବନେଶ୍ବର: ଭାରତ-ଅଷ୍ଟ୍ରେଲିଆ କ୍ରୀଡ଼ା ବିନିମୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ଏବଂ ନ୍ୟୁ ସାଉଥୱେଲ୍ସ ଦଳ ମଧ୍ୟରେ ଖେଳା ଯିବାକୁ ଥିବା ପ୍ରଦର୍ଶନୀ ମ୍ୟାଚ୍ ଲାଗି ପ୍ରସ୍ୁତି ଆରମ୍ଭ ହୋଇଯାଇଛି। ନ୍ୟୁ ସାଉଥୱେଲ୍ସ ଦଳ ଉଭୟ ଭୁବନେଶ୍ବର ଏବଂ ରାଉରକେଲାରେ ଦୁଇଟି ପ୍ରଦର୍ଶନୀ ମ୍ୟାଚ୍ ଖେଳିବ। ଏଥିଲାଗି ଗୁରୁବାର ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମର ଭିତ୍ତିିଭୂମି ତଦାରଖ ଲାଗି ହକି ଇଣ୍ଡିଆ ପର୍ଯ୍ୟବେକ୍ଷକ ଭାବେ ଅମ୍ପାୟାର ନିଶାନ ଜ୍ୟୋତି ମହାନ୍ତି ରାଉରକେଲା ଗସ୍ତ କରିଥିଲେ। ଏହି ଅବସରରେ ଖେଳାଳି ଡଗଆଉଟ୍, ଚେଞ୍ଜିଂ ରୁମ୍, ଗୋଲ୍ ପୋଷ୍ଟ ଏବଂ ଗ୍ରାଉଣ୍ଡ ସଫେଇକୁ ନିଶାନଜ୍ୟୋତି, ସ୍ଥାନୀୟ ଅଧିକାରୀ ଏବଂ ପୂର୍ବତନ ସାଂସଦ ତଥା ହକି କିମ୍ବଦନ୍ତୀ ଦିଲ୍ଲୀପ ତିର୍କି ବୁଲି ଦେଖିଥିଲେ। ନ୍ୟୁ ସାଉଥ ୱେଲ୍ସ ଦଳ ନଭେମ୍ବର ପହିଲାରେ ଭୁବନେଶ୍ବରରେ ଖେଳିବା ପରେ ନଭେମ୍ବର ୪ରେ ରାଉରକେଲାରେ ଦ୍ବିତୀୟ ପ୍ରଦର୍ଶନୀ ମ୍ୟାଚ୍ ଖେଳିବ।
ଓଡ଼ିଶା-ନ୍ୟୁ ସାଉଥୱେଲ୍ସ ମ୍ୟାଚ୍ ଲାଗି ପ୍ରସ୍ତୁତି
/sambad/media/post_attachments/wp-content/uploads/2018/10/odisha-new-south-wales-match.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)