ଓଡ଼ିଶା ଅଲିମ୍ପିକ ସ˚ଘ ସମ୍ପାଦକ ଏମ୍‌ଏ ଆଲମଙ୍କ ପରଲୋକ

କଟକ: ଓଡ଼ିଶା ଅଲିମ୍ପିକ ସ˚ଘ ସମ୍ପାଦକ ତଥା ବିଶିଷ୍ଟ କ୍ରୀଡ଼ା ସ˚ଗଠକ ଏମ୍‌ଏ ଆଲମଙ୍କ ପରଲୋକ ଘଟିଛି। ସୋମବାର ସ˚ଧୢାରେ ସେ ଓସିଏ କ୍ଲବ୍‌କୁ ଆସିଥିଲାବେଳେ ଅସୁସ୍ଥ ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବଡ଼ ମେଡିକାଲ୍‌କୁ ଅଣାଯାଇଥିଲା। ବିଳମ୍ବିତ ରାତିରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ବର୍ଗତ ଆଲମ ୨୦୧୬ ଅକ୍ଟୋବର ୧ ତାରିଖରୁ ଅଲିମ୍ପିକ୍‌ ସ˚ଘର ସମ୍ପାଦକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏଥିସହିତ ଓଡ଼ିଶା ଫୁଟବଲ ସ˚ଘ (ଫାଓ)ର କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରିଆସୁଥିଲେ। ଏଥିପୂର୍ବରୁ ରାଜ୍ୟ ଫୁଟବଲ ସ˚ଘ ଓଫାର ସମ୍ପାଦକ ଭାବେ ସେ ଦୀର୍ଘ ବର୍ଷ ଧରି ଦାୟିତ୍ବ ନିର୍ବାହ କରିଥିଲେ। ଜଣେ ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରଥିବା ଆଲାମ ସୟଦ ସେମିନାରୀ ସ୍କୁଲ୍‌ରୁ ପ୍ରଧାନ ଶିକ୍ଷକ ଭାବେ ଅବସର ନେଇଥିଲେ। କଟକରେ ଥିବା ଆଜାଦ ହିନ୍ଦ୍‌ କ୍ଲବ୍‌ର ସମ୍ପାଦକ ଭାବେ ସେ କାର୍ଯ୍ୟ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ବହୁ କ୍ରୀଡ଼ାବିତ୍‌ ଶେଷ ଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର