ଭୁବନେଶ୍ବର: ଓଡ଼ିଶା ଓପନ୍ ସୁପର ୧୦୦ ଆନ୍ତର୍ଜାତିକ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା କୋଭିଡ୍ କଟକଣା ମଧ୍ୟରେ କଟକର ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଦିବସରେ ୪୨ଟି ଯୋଗ୍ୟତା ମ୍ୟାଚ୍ ଲାଗି ସୂଚୀ ପ୍ରସ୍ତୁତ ହୋଇଥିଲା ବେଳେ କୋଭିଡ ପଜିଟିଭ୍ ପାଇଁ କିଛି ଖେଳାଳି ବାଦ୍ ପଡ଼ିବାରୁ କେବଳ ୧୩ ମ୍ୟାଚ୍ ସମ୍ଭବ ହୋଇଥିଲା। ଏଥିରେ ଭାରତର ଚିରାଗ ସେନ୍ ୨୧-୧୮, ୨୧-୧୫ରେ ୧୯ ବର୍ଷରୁ କମ୍ ବିଶ୍ବ ମାନ୍ୟତା ଚତୁର୍ଥ ବରୁଣ କାପୁରଙ୍କୁ ମାତ୍ ଦେଇ ରାଉଣ୍ଡ ୩୨ରେ ପହଞ୍ଚିଥିଲେ। ସେହିପରି ୧୯ ବର୍ଷରୁ କମ୍ ବିଶ୍ବ ମାନ୍ୟତାର ଶୀର୍ଷରେ ଥିବା ମାଇସ୍ନାମ ମେଇରାବା ୨୧-୧୪, ୨୧-୬ରେ ମୋହନ ସାହର୍ଷଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିଥିଲେ। ୧୯ ବର୍ଷରୁ କମ୍ ବାଳିକା ବିଶ୍ବ ମାନ୍ୟତାରେ ଶୀର୍ଷରେ ଥିବା ତସ୍ନିମ୍ ମୀରଙ୍କ ପ୍ରତିଦ୍ବନ୍ଦ୍ବୀ କୋଭିଡ ଆକ୍ରାନ୍ତ ହୋଇ ବାଦ୍ ପଡ଼ିବାରୁ ସେ ୱାକ୍ ଓଭର ପାଇଥିଲେ। ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପାଖାପାଖି ୧୭ ଦେଶରୁ ୩୫୦ରୁ ଉର୍ଦ୍ଧ୍ବ ଖେଳାଳି ଅଂଶଗ୍ରହଣ କରିଛନ୍ତି।
ଓଡ଼ିଶା ଓପନ୍ ବ୍ୟାଡ୍ମିଣ୍ଟନ ଆରମ୍ଭ: ବରୁଣଙ୍କୁ ବିଦା କଲେ ଚିରାଗ
/sambad/media/post_attachments/wp-content/uploads/2022/01/56465ga4d65dag65dagdgd.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)