ଓଡ଼ିଶା ଓପନ୍‌ ବିଦ୍ୟାଳୟ ଚେସ୍‌ ଡିସେମ୍ବର ୨ରୁ

ଭୁବନେଶ୍ୱର: ଓଡ଼ିଶା ସେକ୍ରେଟାରିଏଟ୍‌ ରିକ୍ରିଏସନ୍‌ କ୍ଲବ୍‌ ଆନୁକୂଲ୍ୟରେ ଡିସେମ୍ବର ୨ ତାରିଖରୁ ଦୁଇଦିନିଆ ନିଖିଳ ଓଡ଼ିଶା ଓପନ୍‌ ବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତା ଆୟୋଜିତ ହେବ। ୨୦୦୧ ଜାନୁଆରି ୧ ତାରିଖ ପରେ ଜନ୍ମଗ୍ରହଣ କରିଥିବା ଏବଂ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିପାରିବେ। ୭, ୯. ୧୧, ୧୩ ଓ ୧୫ ବର୍ଷରୁ କମ୍‌ ବର୍ଗରେ ୪ ଲେଖାଏଁ (ବାଳକ ୨ ଓ ବାଳିକା ୨) ସମେତ ମୋଟ ୫୦ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯିବ। ଏଥିରେ ଭାଗ ନେବାକୁ ଆଗ୍ରହୀ ଛାତ୍ରଛାତ୍ରୀ ୩୦୦ ଟଙ୍କା ପ୍ରବେଶିକା ଶୁଳ୍କ ରିକ୍ରିଏସନ୍‌ କ୍ଲବ୍‌ର ସାଧାରଣ ସଂପାଦକ ମାନଗୋବିନ୍ଦ ଦଳାଇ (୯୦୪୦୫୧୯୪୭୭) କିମ୍ବା ପ୍ରତିଯୋଗିତା ପରିଚାଳକ ଦେବାଶିଷ ପାଣିଗ୍ରାହୀ (୯୯୩୮୩୧୮୭୮୭)ଙ୍କ ନିକଟରେ ଦାଖଲ କରି ନାମ ପଞ୍ଜିକରଣ କରାଇନେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର