କଟକ: ରାଞ୍ଚିରେ ଚାଲିଥିବା ୧୯ ବର୍ଷରୁ କମ୍ ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଲଗାତାର ତୃତୀୟ ପରାଜୟ ସହ ଅଭିଯାନ ଶେଷ କରିଛି। ଶୁକ୍ରବାର ବେଙ୍ଗଲ ୯ ଓ୍ଵିକେଟରେ ଓଡ଼ିଶାକୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଦେଇଛି। ଏହି ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୪୯.୧ ଓଭରରେ ମାତ୍ର ୭୭ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇଥିଲା। ସଙ୍ଗୀତା ଖଡ଼ିଆ ୧୩, ତାରନା ପ୍ରଧାନ ୧୦, ପୁନମ ନାୟକ ୧୨ ରନ୍ କରିଥିଲା ବେଳେ ଅନ୍ୟକେହି ଦୁଇ ଅଙ୍କ ଛୁଇଁପାରିନଥିଲେ। ବେଙ୍ଗଲ ପକ୍ଷରୁ ପି ଚୌଧୁରୀ, ଝୁମ୍ପା ରଏ ଓ ସସ୍ମିତା ଗାଙ୍ଗୁଲି ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ତେବେ ଏହି ସହଜସାଧ୍ୟ ଲକ୍ଷ୍ୟକୁ ବେଙ୍ଗଲ ୨୨ ଓଭରରେ ମାତ୍ର ଗୋଟିଏ ଓ୍ଵିକେଟ ହରାଇ ହାସଲ କରିନେଇଥିଲା। ଧାରା ଗୁଜର ୪ ରନ୍ରେ ଇନ୍ଦ୍ରାଣୀ ଛତ୍ରିଆଙ୍କ ଦ୍ୱାରା ଆଉଟ ହୋଇଥିଲେ। ହେଲେ ଅଙ୍କିତା ଚକ୍ରବର୍ତ୍ତୀ ୨୫ ଓ ରିଚା ୪୪ ରନ୍ କରି ଦଳକୁ ଜିତାଇଥିଲେ। ଏହି ମ୍ୟାଚ୍ ପୂର୍ବରୁ ଓଡ଼ିଶା ତ୍ରିପୁରାକୁ ପରାସ୍ତ କରିଥିଲା ବେଳେ ଝାଡ଼ଖଣ୍ଡ ଓ ଆସାମଠୁ ହାରିଯାଇଥିଲା।
ତୃତୀୟ ପରାଜୟ ସହ ଓଡ଼ିଶାର ବିଦାୟ
/sambad/media/post_attachments/wp-content/uploads/2017/11/433316-408318-bat-and-ball-getty.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)