ଭୁବନେଶ୍ୱର: ମହାରାଷ୍ଟ୍ରରେ ଚଳିତ ମାସ ୫ରୁ ୭ ତାରିଖ ପର୍ଯନ୍ତ ହୀରାବାଡ଼ି ନାସିକ ଜାତୀୟ ଶିଶୁ ଓ ମିନି ଅସିଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ଓଡ଼ିଶା ଦଳ ଘୋଷିତ ହୋଇଛି। ଓଡ଼ିଶା ଦଳ ଚୟନ ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ସହଯୋଗରେ ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସଠାରେ ଗତ ମାସ ୨୨ରୁ ଜୁଲାଇ ୨ ପର୍ଯନ୍ତ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଭୁବନେଶ୍ୱର ଅସିଚାଳନା ଏକାଡେମି ପ୍ରଶିକ୍ଷକ ସୁକାନ୍ତ ସେଠ୍, ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସର ଅନ୍ୱେଷା ରାଉତ, ରୋଶନ ସାହୁ, ଅସିଚାଳନା ଏନ୍ଆଇଏସ୍ ପ୍ରଶିକ୍ଷକ କରିସ୍ମା ରାଉତ, ଜ୍ୟୋତିରଞ୍ଜନ ଠାକୁର, ପରିଚାଳନା କରିଥିଲେ। ଶିବିରରେ ମୋଟ ୩୦ ଖେଳାଳି ଯୋଗଦେଇଥିଲେ l ସେଥିମଧ୍ୟରୁ ୧୮ଜଣ ଖେଳାଳିଙ୍କୁ ନେଇ ଓଡ଼ିଶା ଦଳ ଗଠନ କରାଯାଇଛି ବୋଲି ରାଜ୍ୟ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏବଂ ସାଙ୍ଗଠନିକ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ସୂଚନା ଦେଇଛନ୍ତି। ଏନେଇ ଆଜି ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ପୌରାଧ୍ୟକ୍ଷ ଲୁକ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ, ବୁଦ୍ଧିରାଜ ବିଶ୍ୱାଳ, ପୁରେନ୍ଦ୍ର ସେଠ୍, ସଂକେତ ଯୋଶୀ, ପୟୋସ୍ୱିନୀ ପୁରୋହିତ ଯୋଗଦେଇ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଓଡ଼ିଶା ଦଳ: ପ୍ରିୟଲୋଚନ ନାଏକ, ମନିଷ ନାଏକ, ନିଖିଳ କୁମାର ସାହୁ, ଓମ୍ଶଙ୍କର ପଟେଲ, ଅରଜିତ ପଟେଲ, ଶୋଭିତ ମୁଗ୍ରୀ, ପ୍ରଭାସ ଦୋରା, ସ୍ଥିଠିକା ସାହୁ (୧୦ ବର୍ଷରୁ କମ୍), ବିଭୁତି ଶଙ୍କର ପଟେଲ, ରୁଦ୍ରାଂଶ ସ୍ୱାଇଁ, ସ୍ୱୟମ୍ ପଟେଲ, ସମ୍ବିତ ପଧାନ, ସୋମ୍ୟରଞ୍ଜନ ବଗର୍ତ୍ତୀ, ଶ୍ରୀୟା ପଟେଲ, ଇଶି ସ୍ୱାଇଁ, ଦିବ୍ୟାଂଶୁ ବାହାଲିଆ, ପ୍ରଜ୍ଞାଶା ମହାନ୍ତି, ସିପୁନ ପଟେଲ (୧୨ ବର୍ଷରୁ କମ୍)। ସୁକାନ୍ତ ସେଠ, କରିସ୍ମା ରାଉତ, ରୋଶନ ସାହୁ, ଜ୍ୟୋତି ରଞ୍ଜନ ଠାକୁର (ପ୍ରଶିକ୍ଷକ)।