ଭୁବନେଶ୍ବର : ଓମାନ୍ରେ ଆୟୋଜିତ ଏସିଆ କପ୍ ବାଳକ ହକି ଜିତି ଭାରତ ଇତିହାସ ରଚିଥିଲା। ଏହି ବିଜେତା ଦଳରେ ଓଡ଼ିଶାରୁ ୩ ଜଣ ଅମନଦୀପ ଲାକ୍ରା, ସୁଦୀପ ଚିର୍ମାକୋ ଓ ସୁନିତ ଲାକ୍ରା ରହିଥିଲେ। ଏହି ସମସ୍ତ ଖେଳାଳି ପାନପୋଷରେ ଥିବା ରାଉରକେଲା କ୍ରୀଡ଼ା ଛାତ୍ରାବାସର ପ୍ରଶିକ୍ଷାର୍ଥୀ। ଏମାନେ ଭୁବନେଶ୍ବରରେ ପହଞ୍ଚିଲାପରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ୩ ଓଡ଼ିଆ ତାରକାଙ୍କୁ ସମ୍ବର୍ଦ୍ଧିତ କରିବା ସହ ପ୍ରାତ୍ୟେକଙ୍କୁ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏସିଆ କପ୍ ବିଜୟ ସହ ଭାରତ କନିଷ୍ଠ ବିଶ୍ବକପ୍ ଯୋଗ୍ୟତା ଅର୍ଜନ କରିଥିଲା।
ଏସିଆ କପ୍ ହକି ବିଜେତା ଦଳର ଓଡ଼ିଶା ଖେଳାଳି ସମ୍ବର୍ଦ୍ଧିତ
/sambad/media/post_attachments/wp-content/uploads/2023/06/Junior-asia-cup-winner.jpg)