ଓଡ଼ିିଶା ପୁଲିସ-କିଶୋର କ୍ଲବ୍‌ ଫାଇନାଲ୍‌

ଭଂଜନଗର: ସର୍ବଭାରତୀୟ ଭଂଜ ଟ୍ରଫି ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ଓଡ଼ିଶା ପୁଲିସ (କଟକ) ଓ ଭୁବନେଶ୍ୱରର କିଶୋର କ୍ଲବ୍‌ ମୁହାଁମୁହିଁ ହେବେ। ସ୍ଥାନୀୟ କବିସମ୍ରାଟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ଲିଗ୍‌ର ସେମିଫାଇନାଲ୍‌ରେ ପୁଲିସ୍‌ ଦଳ ୨-୦ ଗୋଲ୍‌ରେ ଶକ୍ତିଶାଳୀ ହାଇଦ୍ରବାଦ ଆର୍ମି ଫୁଟ୍‌ବଲ କ୍ଲବକୁ ହରାଇଛି। ଆସନ୍ତା ୨୪ ତାରିଖ ଫାଇନାଲ୍‌ରେ ପୁଲିସ୍‌ ଦଳ ପୂର୍ବ ବର୍ଷର ବିଜେତା କିଶୋର କ୍ଲବକୁ ଭେଟିବ। ବିଜୟୀ ଦଳ ପକ୍ଷରୁ ଅଧିନାୟକ ଅଭିମନ୍ୟୁ ପାଣ୍ଡେ ଓ  ସନ୍ଦୀପ ଗଡ଼ନାୟକ ଗୋଟିଏ ଲେଖାଏଁ ଗୋଳ୍‌ ଦେଇଥିଲେ। ସନ୍ଦୀପ ଗଡ଼ନାୟକଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର