କଟକ: ଭୁବନେଶ୍ବରରେ ଚାଲିଥିବା ଓଡ଼ିଶା ମହିଳା ଲିଗ୍ରେ ସୋମବାର ଓଡ଼ିଶା ପୁଲିସ, ପୂର୍ବତଟ ରେଳବାଇ, ସ୍ପୋର୍ଟ୍ସ ଓଡ଼ିଶା ବିଜୟୀ ହୋଇଛନ୍ତି। କ୍ୟାପିଟାଲ ପଡ଼ିଆରେ ଓଡ଼ିଶା ପୁଲିସ୍ ୯-୦ ଗୋଲ୍ରେ ରାଇଜି˚ ଷ୍ଟୁଡେଣ୍ଟ କ୍ଲବ୍କୁ ପରାସ୍ତ କରିଛି। ଜବାମଣି ଟୁଡୁ ୪ (୨୩, ୫୧, ୫୩, ୫୮ ମିନିଟ୍), ସତ୍ୟବତୀ ଖଡ଼ିଆ ୨ (୫୯, ୬୧ ମିନିଟ୍) ଗୋଲ୍ ଦେଇଥିଲାବେଳେ ସୁମିତ୍ରା ଖାଲ୍କୋ ୫୪ ମିନିଟ୍, ସୋନି ବେହେରା ୩୩ ମିନିଟ୍ ଓ ଜସ୍ମଣି ସମଦ ୯୦ ମିନିଟ୍ରେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ଅନ୍ୟଏକ ମ୍ୟାଚ୍ରେ ପୂର୍ବତଟ ରେଳବାଇ ୩-୦ ଗୋଲ୍ରେ ସାଇ ପ୍ରଶିକ୍ଷଣ କେନ୍ଦ୍ରକୁ ମାତ୍ ଦେଇଛି। ଲାହାରି ମଙ୍ଗରାଜ ୧୮ ମିନିଟ୍, ତାରା ଖାତୁନ ୮୧ ମିନିଟ୍, ପୂର୍ଣ୍ଣିମା ରାଓ ୮୮ ମିନିଟ୍ରେ ଗୋଲ ଦେଇ ରେଳବାଇକୁ ଜିତାଇଥିଲେ।
କଳିଙ୍ଗ ଷ୍ଟାଡିୟମରେ ସ୍ପୋର୍ଟ୍ସ ଓଡ଼ିଶା ୪-୩ ଗୋଲ୍ରେ ଓଜିପିକୁ ହରାଇଛି। ବିଜୟୀ ଦଳର ସୁମିତ୍ରା ହେମ୍ବ୍ରମ ୨୬ ଓ ୪୭ ମିନିଟ୍ରେ, ଶିବାନୀ ମୁଣ୍ତାରୀ ୫୧ ମିନିଟ୍ରେ ମୋଟ ୩ ଗୋଲ ଦେଇ ଅଗ୍ରଣୀ ପାଇଥିଲାବେଳେ ଓଜିପିର ଅନିମି କିର୍ତ୍ତିକା କୁମାରୀଙ୍କ ୭୧, ୭୯ ମିନିଟ୍ରେ ୨ ଗୋଲ୍ ଓ ପ୍ରିୟଦର୍ଶିନୀ ବେହେରାଙ୍କ ୯୦ ମିନିଟ୍ରେ ତୃତୀୟ ଗୋଲ୍ ସହାୟତାରେ ମ୍ୟାଚ୍ ବରାବର ହୋଇଥିଲା। ତେବେ ଆହତ ସମୟର ଦ୍ବିତୀୟ ମିନିଟ୍ରେ ଶିବାନୀଙ୍କ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ବଳରେ ସ୍ପୋର୍ଟ୍ସ ଓଡ଼ିଶା ମ୍ୟାଚ୍ ଜିତିପାରିଥିଲା।