ନାଲକୋନଗର: ନାଲକୋନଗର ବିଜୁ ପଟ୍ଟନାୟକ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ସୋମବାର ସର୍ବଭାରତୀୟ ମହିଳା ଭୂତିଆ ସ୍ମାରକୀ ଫୁଟ୍ବଲ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି। ପ୍ରଥମ ମ୍ୟାଚ୍ରେ ରାୟପୁର (ଡିଏଫଏ)କୁ ୨-୦ ଗୋଲ୍ରେ ପରାସ୍ତ କରି ଓଡ଼ିଶା ପୁଲିସ (କଟକ) ଦଳ ସେମିଫାଇନାଲରେ ପ୍ରବେଶ କରିଛି। ପୁଲିସ ଦଳର ସସ୍ମିତା ଏକ୍କା ୧୭ ମିନିଟ୍ରେ ପ୍ରଥମ ଏବଂ ମେନକା ମଲ୍ଲିକ ୨୨ ମିନିଟ୍ରେ ଦ୍ବିତୀୟ ଗୋଲ୍ ଦେଇଥିଲେ। ମନୀଷ ଟୋପ, ଶୀତଲ ଗୁରୁଙ୍ଗ, ଅରୁଣ ନାୟକ, ଜିତୁରଞ୍ଜନ ସ୍ୱାଇଁ ଖେଳ ପରିଚାଳନା କରିଥିଲେ। ମଙ୍ଗଳବାର ସିଲିଗୁରି (ଏସ୍.ଏସ୍.ବି) ଓ ପୂର୍ବତଟ ରେଳବାଇ (ଭୁବନେଶ୍ବର) ଖେଳ ହେବ।
ପ୍ରଥମ ମ୍ୟାଚ୍ ଜିତି ସେମିରେ ଓଡ଼ିଶା ପୁଲିସ
ଭୂତିଆ ସ୍ମାରକୀ ମହିଳା ଫୁଟ୍ବଲ୍
/sambad/media/post_attachments/wp-content/uploads/2018/12/football-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)