କଟକ: କଟକ ଜିପିଓର ରିକ୍ରେସନ୍ କ୍ଲବ୍ ପରିସରରେ ଆୟୋଜିତ ଓଡ଼ିଶା ଡାକମଣ୍ଡଳ ଚେସ୍ ପ୍ରତିଯୋଗିତାରେ ଉତ୍କଳ ର˚ଜନ ସାହୁ ବିଜେତା ହୋଇଛନ୍ତି। ମୋଟ ୫ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଉତ୍କଳଙ୍କ ସମେତ ସୌମ୍ୟର˚ଜନ ମିଶ୍ର, ମନୋଜ କୁମାର ପାଣିଗ୍ରାହୀ ମିଳିତ ଭାବେ ୪ ପଏଣ୍ଟ୍ ସହ ଶୀର୍ଷରେ ରହିଥିଲେ। ତେବେ ଟାଇବ୍ରେକର ପଦ୍ଧତିରେ ଉତ୍କଳ ବିଜେତା ଘୋଷିତ ହୋଇଥିଲେ। ସାରଦା ପ୍ରସନ୍ନ ନାୟକ (୩.୫) ଚତୁର୍ଥ ଏବ˚ ତପନ କୁମାର ତ୍ରିପାଠୀ (୩) ପଞ୍ଚମ ସ୍ଥାନରେ ରହିଥିଲେ। ଏହି ଦୁଇ ଦିନିଆ ପ୍ରତିଯୋଗିତାକୁ ଜିପିଓର ବରିଷ୍ଠ ପୋଷ୍ଟମାଷ୍ଟର ସେକ୍ ମହମ୍ମଦ ନୋମାନ ଉଦ୍ଘାଟନ କରିଥିଲେ। ଅଜୟ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରତିଯୋଗିତାକୁ ଆନ୍ତର୍ଜାତିକ ଆର୍ବିଟର ତାପସ କୁମାର ମହାନ୍ତି ପରିଚାଳନା କରିଥିଲେ। ଉଦ୍ଯାପନୀ ଦିବସରେ ଶ୍ରୀ ନୋମାନଙ୍କ ସହ ଓଡ଼ିଶା ଡାକମଣ୍ଡଳ ସ୍ପୋର୍ଟ୍ସର ସହକାରୀ ନିର୍ଦ୍ଦେଶକ ମହମ୍ମଦ ଆସିଫ ଜାକି ଉପସ୍ଥିତ ରହିଥିଲେ। ଆସନ୍ତା ଫେବ୍ରୁଆରି ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ବବିଦ୍ୟାଳୟରେ ହେବାକୁଥିବା ସର୍ବଭାରତୀୟ ଡାକ ଚେସ୍ ପ୍ରତିଯୋଗିତା ପାଇଁ ଉକ୍ତ ୫ ଜଣ ଖେଳାଳି ମନୋନୀତ ହୋଇଛନ୍ତି।
ଓଡ଼ିଶା ଡାକ ଚେସ୍: ଉତ୍କଳ ବିଜେତା
/sambad/media/post_attachments/wp-content/uploads/2021/01/fhfshfssssssssssssssss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)