ଭୁବନେଶ୍ବର: କେରଳର ତିରୁଅନନ୍ତପୁରମରେ ବୁଧବାର ଶେଷ‌ ହୋଇଥିବା ୩୫ତମ ସର୍ବଭାରତୀୟ ଡାକ କ୍ରୀଡ଼ାରେ ଓଡ଼ିଶା ସର୍କଲ୍‌ ଗୋଟିଏ ସ୍ବର୍ଣ୍ଣ ସହ ମୋଟ ୭ ପଦକ ଜିତିଛି। ଏହା ମଧ୍ୟରେ ୩ ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ରହିଛି। ରେଣୁବାଳା ମହାନ୍ତ ମହିଳା ଲଙ୍ଗ ଜମ୍ପ୍‌ରେ ୪.୯୬ ମିଟର୍‌ ଲମ୍ପ ସହିତ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ମଧ୍ୟ ୧୦୦ ମିଟର୍‌ ମହିଳା ଦୌଡ଼ରେ ୧୩.୯୪ ସେକେଣ୍ଡ୍‌ ସହିତ ରୌପ୍ୟ ପଦକ ହାସଲ କରିଥିଲେ। ଗୋପୀନାଥ ମହାନ୍ତି ୪୦୦ ମିଟର୍‌ ବାଧାଦୌଡ଼ ଏବଂ ମଳୟ ରଂଜନ ପତି ହାମର‌ ‌ଥ୍ରୋରେ ରୌପ୍ୟ ପଦକ ହାସଲ କରିଛନ୍ତି।

Advertisment

ରେଣୁବାଳା ମହାନ୍ତ, ରୂପଶ୍ରୀ ପୋଥାଳ, ତୁଲସୀ ବେହେରା, ପ୍ରିୟଙ୍କା ମିଶ୍ରଙ୍କୁ ନେଇ ଗଠିତ ୧୦୦ ମିଟର୍‌ ଓଡ଼ିଶା ମହିଳା ରିଲେ ଦଳ କାଂସ୍ୟ ପଦକ ଜିତିଥିଲା। ଧର୍ମେନ୍ଦର ମହାନ୍ତ ୧୧୦ ବାଧାଦୌଡ଼ରେ କାଂସ୍ୟ, ଦିଲୀପ ରାଉତ ୧୦ କିଲୋମିଟର୍‌ ଚାଲିରେ କାଂସ୍ୟ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଏକ ୧୨ ଜଣିଆ ଓଡ଼ିଶା ଦଳ ଭାଗ ନେଇଥିଲା।