ଜାତୀୟ ଶକ୍ତିଉତ୍ତୋଳନ ଲାଗି ଓଡ଼ିଶା କନିଷ୍ଠ ଦଳ

ଭୁବନେଶ୍ବର : ଚଳିତ ମାସ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ କେରଳର ଇଦୁକିଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ଅନଇକ୍ୟୁପଟ୍‌ ଶକ୍ତିଉତ୍ତୋଳନ ଲାଗି ଓଡ଼ିଶା କନିଷ୍ଠ (ବାଳିକ ଓ ବାଳିକା) ଦଳ ବୁଧବାର ଘୋଷିତ ହୋଇଛି। ଘୋଷିତ ୧୫ ଜଣିଆ ଦଳରେ ୭ ବାଳକ ଓ ୮ ବାଳିକା ସାମିଲ ହୋଇଛନ୍ତି। ଏଥି ଲାଗି ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ଠାରେ ଦଳର ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରକୁ ପ୍ରଦୀପ ପାତ୍ର, ଶକ୍ତିରଂଜନ ବାରିକ, ସତ୍ୟବ୍ରତ ବେହେରା, ରୁଦ୍ରନାରାୟଣ ସାହୁ, ବିଚିତ୍ର କୁମାର ନାୟକ, ସୂର୍ଯ୍ୟକାନ୍ତ ଦାସ ପରିଚାଳନା କରିଥିଲେ ବୋଲି ସଂଘର ସମ୍ପାଦକ ଚିତ୍ତରଂଜନ ସ୍ବାଇଁ ବିଜ୍ଞପ୍ତିରେ ଜଣାଇଛନ୍ତି।

ବାଳକ ଦଳ: ରଂଜନ ହାଂସଦା, ସୁଦାମ ସିଂହ, ଦେବାଶିଷ ମହାନ୍ତି, ମହେନ୍ଦ୍ର କୁମାର ରାଉତ, ସମୀର ବିଶ୍ବାଳ, ସୁଜିତ ପ୍ରତାପ ଚୌଧୁରୀ ଓ ଆଶିଷ କୁମାର ବେଜ। ବାଳିକା ଦଳ: ଭାରତୀ ପାତ୍ର, ପ୍ରଭାତୀ ସିଂହ, ଦେବୀ ସିଂହ, ପଦ୍ମାବତୀ ସିଂହ, ମାମୁନି ପଲେଇ, ସୁଷମା ରାଏ, ଗାୟତ୍ରୀ ବେହେରା ଓ ପ୍ରିୟମ୍ବଦା ପରିଡ଼ା।

ସମ୍ବନ୍ଧିତ ଖବର