କଟକରେ ୧୯ରୁ ଓଡ଼ିଶା ପ୍ରିମିୟର ବ୍ୟାଡମିଣ୍ଟନ ଲିଗ

କଟକ: ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଆଗାମୀ ଡିସେମ୍ବର ୧୯ରୁ ‘ଓଡ଼ିଶା ପ୍ରିମିୟର ବ୍ୟାଡମିଣ୍ଟନ ଲିଗ’ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜନ ହେବାକୁ ଥିବା ଏହି ପ୍ରତିଯୋଗିତା ୩ ଦିନ ପର୍ଯ୍ୟନ୍ତ ନିୟମିତ ଭାବରେ ଚାଲିବ। ଆଠଟି ଦଳରେ ପ୍ରତିଯୋଗିମାନେ ଭାଗ ନେବେ। ଏପର୍ଯ୍ୟନ୍ତ ୧୨୦ ଖେଳାଳିଙ୍କ ମଧ୍ୟରୁ ୮୮ ଜଣଙ୍କର ନିଲାମୀ ପ୍ରକ୍ରିୟା ସରିଛି। ଏହି ଦଳଗୁଡ଼ିକ ହେଲେ ଏବିସି ଓ୍ଵାରିୟର୍‌ସ, ବାରବାଟୀ ଷ୍ଟାର୍‌ସ, ବଡ଼ବିଲ ଟାଇଗର, ଫାଲ୍‌କନ୍‌ ଫାଇଟର୍‌ସ, ଢେଙ୍କାନାଳ ଡିଫେଣ୍ଡର୍‌ସ, କଳିଙ୍ଗ ଷ୍ଟାଇକର୍‌ସ, ଏଲ୍‌ବିଏନ୍‌ ଲାଓ୍ଵନ୍‌ସ ଓ ପୁରୀ ସ୍ମାଶକିଙ୍ଗ।

ସମ୍ବନ୍ଧିତ ଖବର