ରଣଜୀ ଟ୍ରଫି, ଆଜିଠୁ ଓଡ଼ିଶା-ରାଜସ୍ଥାନ ମୁହାଁମୁହିଁ

ର˚ଜିତ, ରୋଶନଙ୍କୁ ସୁଯୋଗ ମିଳିବ, ଚିନ୍ତାରେ ଗୋବିନ୍ଦଙ୍କ ପ୍ରଦର୍ଶନ

କଟକ: ରଣଜୀ ଟ୍ରଫିର ଷଷ୍ଠ ପର୍ଯ୍ୟାୟରେ ଶୁକ୍ରବାରଠୁ ଓଡ଼ିଶା ଓ ରାଜସ୍ଥାନ ମଧ୍ୟରେ ଟକ୍କର ହେବ। ଭୁବନେଶ୍ବରର ବିକାଶ ପଡ଼ିଆରେ ସକାଳ ୯ଟାରୁ ଏହି ମ୍ୟାଚ ଆରମ୍ଭ ହେବ। ଏଲିଟ୍‌ ଗ୍ରୁପ୍‌ ସି’ରେ ଅପରାଜୟ ଭାବେ ଶୀର୍ଷ ସ୍ଥାନରେ ରହିଥିବା ସବୁଠୁ ଶକ୍ତିଶାଳୀ ଦଳ ରାଜସ୍ଥାନକୁ ସାମ୍ନା କରିବା ପାଇଁ ଓଡ଼ିଶା ପାଖରେ ସେମିତି କିଛି ବିଶେଷ ରଣନୀତି ନାହିଁ। ହେଲେ ଝାଡ଼ଖଣ୍ତ ବିପକ୍ଷରେ ଜିତିବା ମ୍ୟାଚ୍‌କୁ ହାରିଥିବାରୁ ଓଡ଼ିଶାକୁ ଅଧିକ ମାତ୍ରାରେ ମାର୍ଜିତ ହେବାକୁ ପଡ଼ିବ। କେବଳ ଜଣେ କିମ୍ବା ଦୁଇ ଜଣ ନୁହଁନ୍ତି, ପ୍ରତ୍ୟେକ ଖେଳାଳିଙ୍କ ଅବଦାନ ରହିଲେ, ରାଜସ୍ଥାନକୁ ଅକ୍ତିଆରରେ ରଖିହେବ। ତଥାପି ବିକାଶ ମ୍ୟାଚ୍‌ ପାଇଁ ସବୁଜ ଵିକେଟ୍‌ ପ୍ରସ୍ତୁତ ହୋଇଥିବାରୁ ବୋଲରଙ୍କ ପ୍ରାଧାନ୍ୟ ରହିବ। ତେଣୁ ଅଧିକ ଵିକେଟ୍‌ ବାହାରିବା ନିଶ୍ଚିତ। ଏଭଳିସ୍ଥିତିରେ ଓଡ଼ିଶା ତିନି ଦ୍ରୁତ ବୋଲରଙ୍କୁ ନେଇ ଖେଳିବାକୁ ଚାହିଁବ। ଧୀରାଜ ସି˚ହ ବିଶେଷଜ୍ଞ ସ୍ପିନର ଭାବେ ଦଳରେ ଥିଲେ ବି ଗତ ଦୁଇଟି ମ୍ୟାଚ୍‌ରେ ସେ କିଛି ଖାସ୍‌ ପ୍ରଭାବ ପକାଇ ପାରୁନଥିବରୁ ଏହି ମ୍ୟାଚ୍‌ରେ ତାଙ୍କ ସ୍ଥାନରେ ଦେବବ୍ରତ ପ୍ରଧାନ ସୁଯୋଗ ପାଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। କେବଳ ଏତିକି ନୁହେଁ ଦଳରୁ ବାଦ୍‌ ପଡ଼ିଥିବା ସୁଜିତ ଲେଙ୍କାଙ୍କ ସ୍ଥାନରେ ପି ରୋଶନ କୁମାର ଵିକେଟ୍‌ ରକ୍ଷକ ଭାବେ ଖେଳିବା ନିଶ୍ଚିତ। ଧୂପରଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଅନୁରାଗ ଷଡ଼ଙ୍ଗୀଙ୍କ ସହ ର˚ଜିତ ସି˚ହ ଏହି ମ୍ୟାଚ୍‌ରେ ପାଳି ଆରମ୍ଭ କରିବେ। ତେବେ ଗୋବିନ୍ଦ ପୋଦ୍ଦାରଙ୍କ ନୈରାଶ୍ୟ ଜନକ ପ୍ରଦର୍ଶନ ଓଡ଼ିଶା ଶିବିରରେ ଚିନ୍ତାର କାରଣ ପାଲଟିଛି। ଗତ ୧୦ ପାଳିରେ ସେ ୧୨୬ ରନ୍‌ କରିଥିଲା ବେଳେ ଉତ୍ତରପ୍ରଦେଶ ବିପକ୍ଷରେ ୩୬ ରନ୍‌ ଚଳିତ ଋତୁରେ ତାଙ୍କର ସର୍ବାଧିକ। ଏହା ପରଠୁ ଆସାମ (୦ ଓ ୯* ରନ୍‌), ତ୍ରିପୁରା (୪ ଓ ୦ ରନ୍‌) ଓ ଝାଡ଼ଖଣ୍ତ (୪ ଓ ୭ ରନ୍‌) ବିପକ୍ଷରେ ତାଙ୍କ ବ୍ୟାଟ୍‌ ସ˚ପୂର୍ଣ୍ଣ ଶାନ୍ତ ପଡ଼ିଯାଇଛି। ଏପରିକି କାମଚଳା ସ୍ପିନର ଭାବେ ତାଙ୍କୁ ସବୁ ମ୍ୟାଚ୍‌ରେ ପ୍ରୟୋଗ କରାଯାଉଥିଲେ ବି ଆଶାନୂରୁପକ ସଫଳତା ପାଇନାହାନ୍ତି। ତେଣୁ ତାଙ୍କ ସ୍ଥାନରେ ଖେଳିବାକୁ ଶାନ୍ତନୁ ମିଶ୍ର ସୁଯୋଗ ଅପେକ୍ଷାରେ ରହିଛନ୍ତି। ଶୁଭ୍ରା˚ଶୁ ସେନାପତି ଓ ବିପ୍ଳବ ସାମନ୍ତରାୟ ବର୍ତ୍ତମାନ ଓଡ଼ିଶା ପାଇଁ ମେରୁଦଣ୍ତ ସାଜିଛନ୍ତି। ଠିକଣା ସମୟରେ ଏମାନେ ମ୍ୟାଚ୍‌ ବଞ୍ଚାଇବାରେ ସଫଳ ହୋଇଥିଲା ବେଳେ ଝାଡ଼ଖଣ୍ତ ବିପକ୍ଷରେ ଶୁଭ୍ରା˚ଶୁଙ୍କ ସାହସିକ ପାଳି (୧୫୭*) ପାଇଁ ଅନେକ ପ୍ରଶ˚ସା ସାଉଁଟିଛନ୍ତି। ତେଣୁ ଏହି ଦୁହିଁଙ୍କଠୁ ଦଳ ଆହୁରି କିଛି ଆଶା ରଖିବ। ବସନ୍ତ ମହାନ୍ତି (୨୦)ଙ୍କ ନେତୃତ୍ବରେ ରହିଥିବା ବୋଲି˚ ବିଭାଗରେ ରାଜେଶ ମହାନ୍ତି (୨୬) ଓ ସୂର୍ଯ୍ୟକାନ୍ତ ପ୍ରଧାନ (୧୨) ନିୟମିତ ଭାବେ ସଫଳ ହେଉଛନ୍ତି। ତେଣୁ ବୋଲି˚ ବିଭାଗ ଠିକ୍‌ ଥିଲେ ବି ଓଡ଼ିଶାର ବ୍ୟାଟି˚ରେ ସମସ୍ତଙ୍କଠୁ ଅବଦାନ ମିଳିଲେ ଘରୋଇ ଦଳ ମ୍ୟାଚ୍‌କୁ ନିଜ କବ୍‌ଜାରେ ରଖିପାରିବ।
ଓଡ଼ିଶା ଦଳ: ଅନୁରାଗ ଷଡ଼ଙ୍ଗୀ, ର˚ଜିତ ସି˚ହ, ଗୋବିନ୍ଦ ପୋଦ୍ଦାର, ବିପ୍ଲବ ସାମନ୍ତରାୟ, ଶୁଭ୍ରା˚ଶୁ ସେନାପତି, ଶାନ୍ତନୁ ମିଶ୍ର, ପି ରୋଶନ କୁମାର ରାଓ, ଧୀରାଜ ସି˚ହ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଅଭିଷେକ ରାଉତ, ଶୁଭମ୍‌ ନାୟକ, ଦେବାଶିଷ ସାମନ୍ତରାୟ।

ରାଜସ୍ଥାନ ଦଳ: ମହିପାଲ ଲୋମରର‌୍‌, ଦୀପକ ଚହର, ରାଜେଶ ବିଷ୍ଣୋଇ, ଚେତନ ବିସ୍ତ, ରବିନ ବିସ୍ତ, ରାହୁଲ ଚହର, ଅନିକେତ ଚୌଧୁରୀ, ଅମିତ କୁମାର ଗୌତମ, ଅଜିଜିତ ଗୁପ୍ତା, ସଲମାନ ଖାନ, ମନେନ୍ଦର ସି˚ହ, ଅଶୋକ ମାନେରିଆ, ନାଥୁ ସି˚ହ, ତାଜିନ୍ଦର ସି˚ହ, ଟିଏମ୍‌ ଉଲ୍‌ ହକ୍‌।

ବିକାଶ ପଡ଼ିଆରେ ଦ୍ବିତୀୟ ମୁକାବିଲା
ଗତ ବର୍ଷ ଅକ୍ଟୋବର ୬ ତାରିଖରେ ବିକାଶ ପଡ଼ିଆରେ ପ୍ରଥମ ଥର ଲାଗି ରଣଜୀ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ଓଡ଼ିଶା ଭେଟିଥିଲା ତ୍ରିପୁରାକୁ ଏବଂ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇ ଉଭୟ ଦଳ ୧-୧ ପଏଣ୍ଟ୍‌ ପାଇଥିଲେ। ୪ ଦିନିଆ ଏହି ମ୍ୟାଚ୍‌ର ପ୍ରଥମ ଦୁଇ ଦିନ ବର୍ଷା ‌ପୂରା ଧୋଇ ନେଇଥିଲା। ତୃତୀୟ ଦିନ ମାତ୍ର ୨ ଓଭର ଖେଳ ସମ୍ଭବ ହୋଇଥିଲା। ଟସ୍‌ ଜିତି ତ୍ରିପୁରା ପ୍ରଥମେ ବ୍ୟାଟିଂ କରି ତୃତୀୟ ଦିନରେ ୬ ରନ୍‌ କରିଥିଲା। ‌ଚତୁର୍ଥ ଦିନ ତଥା ଶେଷ ଦିନ ପାଗ ଭଲ ରହିବାରୁ ଖେଳ ସମ୍ଭବ ହୋଇଥିଲା। ପୂର୍ବଦିନର ସ୍କୋର୍‌ ୬/୦ରୁ ବ୍ୟାଟିଂ କରିଥିବା ତ୍ରିପୁରା ୬୫ ଓଭର ଖେଳି ୮ ୱିକେଟ୍‌ ବିନିମୟରେ ୧୯୪ କରି ପାଳି ଘୋଷଣା କରିଥିଲା। ଜବାବରେ ଓଡ଼ିଶା ଦଳ ୫ ଓଭର ଖେଳି ଗୋଟିଏ ୱିକେଟ୍‌ ହରାଇ ୧୮ ରନ୍‌ କରିଥିଲା। ଶତକ ହାସଲ କରିଥିବା ତ୍ରିପୁରାର ଉଦୀୟନ ବୋଷ (୧୦୪) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଓଡ଼ିଶା ପକ୍ଷରୁ ଧୀରାଜ ସିଂହ ସଫଳ ବୋଲର ଭାବେ ୫ ୱିକେଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର