ଆଜିଠୁ ଓଡ଼ିଶା-ଜମ୍ମୁ କଶ୍ମୀର ରଣଜୀ ମୁକାବିଲା

କଟକ: ଜମ୍ମୁର ସରକାରୀ ଗାନ୍ଧୀ ସ୍ମାରକୀ ବିଜ୍ଞାନ ମହାବିଦ୍ୟାଳୟ ପଡ଼ିଆରେ ଶନିବାରଠୁ ଓଡ଼ିଶା ଓ ଜମ୍ମୁ କଶ୍ମୀର ମଧ୍ୟରେ ସପ୍ତମ ପର୍ଯ୍ୟାୟ ରଣଜୀ ମ୍ୟାଚ ଆରମ୍ଭ ହେବ। ବର୍ତ୍ତମାନସୁଦ୍ଧା ଏଲିଟ୍‌ ଗ୍ରୁପ୍‌ ସି’ରେ ଦୁଇ ଦଳ ସମାନ ସ୍ଥିତିରେ ଅଛନ୍ତି। ଉଭୟ ଦଳ ୬ଟି ଲେଖାଏଁ ମ୍ୟାଚ୍‌ ଖେଳିଥିଲା ବେଳେ ୨ ବିଜୟ, ୩ ପରାଜୟ ଓ ଗୋଟିଏ ଲେଖାଏଁ ଅମୀମା˚ସିତ ମ୍ୟାଚରୁ ୧୩ ପଏଣ୍ଟ୍‌ ପାଇଛନ୍ତି। ଓଡ଼ିଶା ଲଗାତର ଭାବେ ଦୁଇଟି ନିଶ୍ଚିତ ବିଜୟ ପାଇବା ଭଳି ମ୍ୟାଚ୍‌କୁ ହାତଛଡ଼ା କରିଥିଲା ବେଳେ ଆସାମ ଓ ତ୍ରିପୁରା ବିପକ୍ଷରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ଜମ୍ମୁ ତାହାର ଶେଷ ମ୍ୟାଚ୍‌ରେ ଶକ୍ତିଶାଳୀ ହରିୟାଣାକୁ ମାତ୍‌ ଦେଇଥିଲା ବେଳେ ତ୍ରିପୁରାକୁ ମଧ୍ୟ ହରାଇଥିଲା। ଏବେ ଜମ୍ମୁ ଘରୋଇ ମ୍ୟାଚ୍‌ରେ ବିଜୟ ଧାରା ବଜାୟ ରଖିବାକୁ ଚାହୁଁଥିଲା ବେଳେ ଓଡ଼ିଶା ତୃତୀୟ ବିଜୟ ସନ୍ଧାନରେ ଅଛି। ଏଭଳି ସ୍ଥିତିରେ ସ୍ପିନ୍‌କୁ ସୁହାଉଥିବା ଗାନ୍ଧୀ ସ୍ମାରକୀ ମହାବିଦ୍ୟାଳୟ ପଡ଼ିଆରେ ଅଭିଷେକ ରାଉତ ବୋଲି˚ ସୁଯୋଗ ପାଇବା ସମ୍ଭାବନା ଅଧିକ ରହୁଛି। ସେହିପରି ଧୀରାଜ ସି˚ହଙ୍କ ସହ ଶୁଭମ୍‌ ନାୟକ ଅତିରିକ୍ତ ବୋଲର ଭାବେ ଏହି ମ୍ୟାଚରେ ଖେଳିପାରନ୍ତି। ଏଭଳି ହେଲେ କେଉଁ ବ୍ୟାଟ୍ସମ୍ୟାନଙ୍କୁ ବେଞ୍ଚ୍‌ରେ ବସାଯିବ ତାହା ମୁଖ୍ୟ ପ୍ରସଙ୍ଗ ରହିବ। ଦଳ ପକ୍ଷରୁ ଏ ସ˚କ୍ରାନ୍ତରେ କିଛି ସ୍ପଷ୍ଟ ହେଉନଥିଲା ବେଳେ ଶନିବାର ସକାଳେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଜମ୍ମୁ ଦଳରେ ପରଭେଜ ରସୁଲ ୪୫୩ ରନ୍‌ ଓ ୨୬ ଵିକେଟ ଅକ୍ତିଆର କରି ଶୀର୍ଷରେ ଥିବା ବେଳେ ଚଳିତ ଋତୁରେ ଏହି ଦଳ ପାଇଁ ଖେଳୁଥିବା ଇର୍ଫାନ୍‌ ପଠାନ ପ୍ରଭାବ ଶୂନ୍ୟ ରହିଛନ୍ତି। ସେ ମାତ୍ର ୩ ଅର୍ଧଶତକ ଅର୍ଜନ କରିଥିଲାବେଳେ ବୋଲି˚ରେ ୧୦ ଵିକେଟ ପାଇଛନ୍ତି। ଶୁଭମ୍‌ ଖଜୁରିଆ, ଅହମ୍ମଦ ବନ୍ଦୀ ଓ ଇଆନ୍‌ ସି˚ହ ମଧ୍ୟକ୍ରମ ଦାୟିତ୍ବରେ ଥିବାବେଳେ ଉମର ନାଜିର (୧୯) ଓ ମହମ୍ମଦ ମୁଧାସିର (୧୬) ଆବଶ୍ୟକ ସମୟରେ ଵିକେଟ୍‌ ବାହାର କରୁଛନ୍ତି। ଏଭଳିସ୍ଥିତିରେ ସ୍ପିନ୍‌ ପିଚ୍‌ରେ ଟସ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।

ଅତୀତରେ ୩ ଥର ମୁହାଁମୁହିଁ
ଏଥିପୂର୍ବରୁ ଦୁଇ ଦଳଙ୍କ ମଧ୍ୟରେ ରଣଜୀ ଟ୍ରଫିରେ ତିନିଥର ଭେଟାଭେଟି ହୋଇଛି। ହେଲେ ସବୁଥିରେ ଓଡ଼ିଶା ଆଧିପତ୍ୟ ବିସ୍ତାର କରିଛି। ୨୦୦୦-୦୧ ଋତୁରେ ପ୍ଲେଟ୍‌ ଗ୍ରୁପ୍‌ରେ ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ୪୨୦ ରନ୍‌ରେ ବିଜୟୀ ହୋଇଥିଲା। ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଜମ୍ମୁ ଟସ୍‌ ଜିତି ବୋଲି˚ କରିଥିଲା। ହେଲେ ଘରୋଇ ଦଳ ଦେଢ ଦିନ ପର୍ଯ୍ୟନ୍ତ ବ୍ୟାଟି˚ କରି ୫୦୧ ରନ୍‌ର ବିଶାଳ ରନ୍‌ ଛିଡ଼ା କରିଥିଲା। ରଶ୍ମିର˚ଜନ ପରିଡ଼ା ଦ୍ବିଶତକ (୨୨୦) ଅର୍ଜନ କରିଥିଲାବେଳେ ପ୍ରଭଞ୍ଜନ ମଲ୍ଲିକ ୧୯୧ ରନ୍‌ ସ˚ଗ୍ରହ କରିଥିଲେ। ଉଭୟଙ୍କ ମଧ୍ୟରେ ୩୫୮ ରନ୍‌ର ଭାଗୀଦାରି ହୋଇଥିଲା। ତେବେ ଓଡ଼ିଶାର ଘାତକ ବୋଲି˚କୁ ସାମ୍ନା କରିପାରି ଜମ୍ମୁ ୧୫୧ ରନ୍‌ରେ ସୀମିତ ରହିବା ସହ ଫଲୋଅନ୍‌ ହୋଇଥିଲା। ସଞ୍ଜୟ ଶତପଥୀ ୪, ଜଗନ୍ନାଥ ଦାସ ୩, ଅଜୟ ବାରିକ ୨ ଵିକେଟ ପାଇଥିଲେ। ଦ୍ବିତୀୟ ପାଳିରେ ସୁରେଶ କୁମାରଙ୍କ ୫୫, ସ˚ଜୟ ରାଉଳଙ୍କ ୧୧୩* ଓ ଦେବାଶିଷ ମହାନ୍ତିଙ୍କ ୫୦* ରନ୍‌ ସହାୟତାରେ ୨୯୯ ରନ୍‌ ସ˚ଗ୍ରହ କରବା ପରେ ପାଳି ଘୋଷଣା କରିଥିଲା। ଫଳରେ ୬୫୦ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ଜମ୍ମୁ ୨୨୯ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ଦେବାଶିଷ ମହାନ୍ତି ୩, ସ˚ଜୟ ଶତପଥୀ ୪ ଵିକେଟ ପାଇଥିଲେ।

୨୦୦୪-୦୫ ଋତୁରେ ଶ୍ରୀନଗରରେ ଦ୍ବିତୀୟ ଥର ପାଇଁ ଉଭୟଙ୍କ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ୮ ଵିକେଟରେ ବିଜୟୀ ହୋଇଥିଲା। ଏଠାରେ ମଧ୍ୟ ଜମ୍ମୁ ଟସ୍‌ ଜିତି ବୋଲି˚ କରିଥିଲା। ପ୍ରଭଞ୍ଜନ ମଲ୍ଲିକଙ୍କ ୧୧୧ ଓ ଦେବାଶିଷ ମହାନ୍ତିଙ୍କ ୫୧ ରନ୍‌ ସହାୟତାରେ ଓଡ଼ିଶା ୩୨୫ ରନ୍‌ ସ˚ଗ୍ରହ କରଥିଲା। ତେବେ ଦ୍ବିତୀୟ ପାଳିରେ ଘରୋଇ ଦଳ ନିୟମିତ ଭାବେ ଵିକେଟ ହରାଇ ୧୨୩ ରନ୍‌ରେ ଆଉଟ ହୋଇଥିଲା। ଦୀପକ ମଙ୍ଗରାଜ ୪, ସ˚ଜୟ ଶତପଥୀ ୩ ଵିକେଟ ପାଇଥିଲେ। ଫଲୋଅନ୍‌ ହେବା ପରେ ଦ୍ବିତୀୟ ପାଳିରେ ବ୍ୟାଟି˚ କରିଥିବା ଜମ୍ମୁ ୨୯୯ ରନ୍‌ କରିଥିଲା। ଏହି ପାଳିରେ ସ˚ଜୟ ଶତପଥୀ ଓ ଶ୍ରୀକାନ୍ତ ଜେନା ତିନୋଟି ଲେଖାଏଁ ଵିକେଟ ପାଇଥିଲେ। ୯୮ ରନ୍‌ର ଲକ୍ଷ୍ୟକୁ ପିଛା କରି ମାତ୍ର ୨ ଵିକେଟ ବିନିମୟରେ ଓଡ଼ିଶା ମ୍ୟାଚକୁ ଜିତିଥିଲାବେଳେ ରଶ୍ମିର˚ଜନ ପରିଡ଼ା ୪୬* ଓ ନିର˚ଜନ ବେହେରା ୨୩*ରନ୍‌ ସ˚ଗ୍ରହ କରିଥିଲେ।

ଶେଷ ଟକ୍କର ୨୦୦୬-୦୭ ଋତୁରେ ବାରବାଟୀ ଷ୍ଟାଡିୟମରେ ହୋଇଥିଲାବେଳେ ଏହି ମ୍ୟାଚ ଅମୀମା˚ସିତ ରହିଥିଲା। ଶିବସୁନ୍ଦର ଦାସଙ୍କ କୀର୍ତ୍ତିମାନକାରୀ ତ୍ରିଶତକ (୩୦୦*) ଓ ରଶ୍ମୀର˚ଜନ ଦାସଙ୍କ ୧୦୧ ରନ୍‌ ବଳରେ ଓଡ଼ିଶା ପ୍ରଥମେ ବ୍ୟାଟି˚ କରି ୫୫୨ ରନ୍‌ରେ ପାଳି ଘେଷଣା କରିଥିଲା। ଏହାକୁ ପିଛା କରି ଜମ୍ମୁ ୧୯୮ରେ ସୀମିତ ହୋଇଥିଲା। ସ˚ଜୟ ଶତପଥୀ ୭୨ ରନ୍‌ ବ୍ୟୟରେ ୫ ଵିକେଟ ସଫଳତା ପାଇଥିଲେ। ସୁକାନ୍ତ ଖଟୁଆ ଓ ନିର˚ଜନ ବେହେରା ଦୁଇଟି ଲେଖାଏଁ ଅକ୍ତିଆର କରିଥିଲେ। ଦ୍ବିତୀୟ ପାଳିରେ ଖେଳ ବନ୍ଦ ହେବା ବେଳକୁ ସୁବିତ ବିଶ୍ବାଳ ୯୫, ନିର˚ଜନ ବେହେରାଙ୍କ ୯୭ ରନ୍‌ ସହାୟତାରେ ୨୮୧ ରନ୍‌ ସ˚ଗ୍ରହ କରିଥିଲା।

ସମ୍ବନ୍ଧିତ ଖବର