ଭୁବନେଶ୍ବର: ତୃତୀୟ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ( ୧୭ ଓ ୨୧ ବର୍ଷରୁ କମ୍)ର ଅପାର ସଫଳତା ପରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରାଳୟ ଓ ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ସାଇ) ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରସ୍ତୁତିକୁ ତ୍ବରାନ୍ବିତ କରିଛନ୍ତି। ଏହି ପ୍ରତିଯୋଗିତା କଟକ ଓ ଭୁବନେଶ୍ବରରେ ଫେବ୍ରୁଆରି ୨୨ରୁ ମାର୍ଚ ପହିଲା ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ୧୭୬ ବିଶ୍ବବିଦ୍ୟାଳୟର ୫,୦୦୦ରୁ ଅଧିକ ଖେଳାଳି (୨୫ ବର୍ଷରୁ କମ୍ ବୟସବର୍ଗର) ଅଂଶଗ୍ରହଣ କରିବେ। ଦେଶର ଯୁବ କ୍ରୀଡ଼ାବିତ୍ଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ଲାଗି ଏହା ଆଉ ଏକ ବଳିଷ୍ଠ ମଞ୍ଚ ହେବ। ଏଥିନେଇ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପ୍ରତିଯୋଗିତା ଭାରତୀୟ କ୍ରୀଡ଼ା ଜଗତରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି। ଆମେ ସମଗ୍ର ଦେଶର ଛାତ୍ର ଛାତ୍ରୀ ଏବଂ ଅଧିକାରୀଙ୍କୁ ସ୍ବାଗତ କରିବାକୁ ଚାହିଁବସିଛୁ। ସେମାନେ ଖେଳ ସହ ଓଡ଼ିଶାର ଆତିଥେୟତାକୁ ଉପଭୋଗ କରିବେ ବୋଲି ଆଶା କରୁଛୁ। ସେମାନେ ଯେମିତି ଭୁବନେଶ୍ବରରୁ ସ୍ମରଣୀୟ ଅନୁଭୂତି ନେଇ ଫେରିବେ ସେଥିପାଇଁ ଆମ ଅଧିକାରୀମାନେ ଦିନ ରାତି କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରତିଯୋଗିତାର ସଫଳତା ନେଇ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ଢେର ଆଶାବାଦୀ ଅଛନ୍ତି। ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଖେଳିବାକୁ ୧୭୬ ବିଶ୍ବବିଦ୍ୟାଳୟ ପଞ୍ଜୀକରଣ କରିଛନ୍ତି। ଏହି ପ୍ରତିଯୋଗିତା ବିଶ୍ବବିଦ୍ୟାଳୟସ୍ତରୀୟ କ୍ରୀଡ଼ାରେ ଐତିହାସିକ ପରିବର୍ତନ ଆଣିବ ବୋଲି ଶ୍ରୀ ବେହେରା କହିଛନ୍ତି। ୧୭ ଖେଳରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ଦୌଡ଼କୁଦ ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମ୍, ବ୍ୟାଡମିଣ୍ଟନ୍ ଓ ଟେବୁଲ ଟେନିସ୍ କଟକର ଜବାହରଲାଲ ଇନ୍ଡୋର ଷ୍ଟାଡିୟମ୍ ଏବଂ ତୀରନ୍ଦାଜି, ମୁଷ୍ଟିଯୁଦ୍ଧ, ଅସିଚାଳନା, ଜୁଡୋ, ଭଲିବଲ୍, ଭାରୋତ୍ତୋଳନ, କୁସ୍ତି ଆଦି ଖେଳ କିଟ୍ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେବ। ଏହାକୁ ନେଇ କିଟ୍ ଏବଂ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି ଯେ କିଟ୍ ବିଶ୍ବବିଦ୍ୟାଳୟର କ୍ରୀଡ଼ା ଭିତ୍ତିଭୂମି ବିଶ୍ବସ୍ତରୀୟ। ମୁଁ ଆଶା କରୁଛି ଯେ ପ୍ରତିଯୋଗୀମାନେ ଏଠାରୁ ଭଲ ଅଭିଜ୍ଞତା ନେଇ ଫେରିବେ। ସେମାନେ ମଧ୍ୟ ଆମ ଅତିଥେୟତାକୁ ଉପଭୋଗ କରିବେ।
ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପାଇଁ ଓଡ଼ିଶା ପ୍ରସ୍ତୁତ, ପଞ୍ଜିକୃତ ହେଲେ ୧୭୬ ବିଶ୍ବବିଦ୍ୟାଳୟର ୫୦୦୦ ଖେଳାଳି
/sambad/media/post_attachments/wp-content/uploads/2020/01/khelo-india.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)