ଭୁବନେଶ୍ବର,: ଆସାମର ଗୌହାଟୀରେ ଚାଲିଥିବା ୧୩ତମ ଜାତୀୟ ରୋଲ୍ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଦଳ ଇତିହାସ ରଚିଛି। ତୃତୀୟ ଥର ପାଇଁ ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଓଡ଼ିଶା ପ୍ରଥମଥର କ୍ବାର୍ଟରକୁ ଉନ୍ନୀତ ହୋଇଛି। କ୍ବାର୍ଟରକୁ ଯିବା ପାଇଁ ଓଡ଼ିଶା ହରିୟାଣାକୁ ୬-୪, ନାଗାଲାଣ୍ଡକୁ ୭-୨ରେ ପରାସ୍ତ କରିଥିବା ବେଳେ ଗୁଜରାଟ ପାଖରୁ ୬-୩ରେ ପରାଜିତ ହୋଇଥିଲା। ଦଳ ପକ୍ଷରୁ ପ୍ରୀତିଶ ଆରୢନ ଜେନା ସର୍ବାଧିକ ୧୧ ଗୋଲ୍ ଦେଇ ଓଡ଼ିଶାକୁ କ୍ବାର୍ଟର ଫାଇନାଲକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଶା ଦଳକୁ ସେମିଫାଇନାଲ୍ ପୂର୍ବରୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶା ରୋଲ୍ବଲ୍ ସଂଘର ସମ୍ପାଦିକା ସୌଦାମିନି ପାତ୍ର।
ଓଡ଼ିଶା ରୋଲ୍ବଲ୍ ଦଳ ରଚିଲା ଇତିହାସ, ପ୍ରଥମ ଥର ଜାତୀୟ କ୍ବାର୍ଟରଫାଇନାଲରେ
/sambad/media/post_attachments/wp-content/uploads/2019/12/dgjdgj85d4gj98dg4j654fgj65sjsfjsfjsfjfjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)