ଜାତୀୟ ରୋଲ୍ ବଲ୍ ପାଇଁ ଓଡ଼ିଶା ଦଳ

ଭୁବନେଶ୍ବର : ଆସାମର‌ ଗୌହାଟୀରେ ଡିସେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ୧୩ତମ ଜାତୀୟ କନିଷ୍ଠ ରୋଲ୍‌ ବଲ୍ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଚୟନ ଶେଷ ହୋଇଛି। ଓଡ଼ିଶା ଦଳରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ସ୍ଥାନ ପାଇଥିବା ବେଳେ କଟକରୁ ୪ ଜଣ ଏବଂ ଗଞ୍ଜାମ ଓ ଭଦ୍ରକରୁ ଜଣେ ଲେଖାଏଁ ସ୍ଥାନ ପାଇଛନ୍ତି। ଏଥି ପାଇଁ ଓଡ଼ିଶା ରୋଲ୍ ବଲ୍‌ ସଂଘ (ଓର୍‌ବା) ପକ୍ଷରୁ ରବିବାର ସକାଳେ ପୋଖରୀପୁଟସ୍ଥିତ ବିଡିଏ ମଧୁସୂଦନ ପାର୍କରେ ଅନୁଷ୍ଠିତ ଏକ ଶୁଭେଚ୍ଛା ପ୍ରଦାନ ପର୍ବରେ ସଂଘର ମୁଖ୍ୟ ପାର୍ଥ ସାରଥୀ ଜେନାଙ୍କ ସହିତ ହେମନ୍ତ ସାମନ୍ତରାୟ, ଶ୍ରୀନିବାସ ସାହୁ, ପ୍ରକାଶ ବିଶୋଇ, ସୌଦାମିନୀ ପାତ୍ର, ଶୁଭେନ୍ଦୁ ରାୟସାମନ୍ତ, ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶତ ପ୍ରତିଶତ ଏହି ଭାରତୀୟ ଖେଳ ଭାରତ ସରକାର, ଭାରତୀୟ ଅଲିମ୍ପିକ୍ ସଂଘ, ଜାତୀୟ ବିଦ୍ୟାଳୟ କ୍ରୀଡ଼ା ସଂଘ, ବିଶ୍ବବିଦ୍ୟାଳୟ/ମହାବିଦ୍ୟାଳୟ କ୍ରୀଡ଼ା ସଂଘ ଆଦିର ସ୍ବୀକୃତି ପାଇ ସାରିଥିବା ଓରବା ସମ୍ପାଦକ ପାର୍ଥ ସାରଥୀ ଜେନା ପ୍ରକାଶ କରିଛନ୍ତି।

ଓଡ଼ିଶା ଦଳ: ଓମ୍‌ ଶାଶ୍ବତ ମହାପାତ୍ର, ଆଦିତ୍ୟ ଭାନୁ ସାହୁ, ବ୍ୟାସଦେବ ମହାପାତ୍ର, ପ୍ରୀତିଶ ଆର୍ଯ୍ୟନ ଜେନା, ଆୟୂଷ ଜୈନ, କୌସ୍ତଭ ପଟ୍ଟନାୟକ, ପ୍ରଭୂ ସମ୍ପଦ, ସଚିଦାନନ୍ଦ ସାହୁ, ଦିବେଶ ଅଗ୍ରୱାଲ, ସିଦ୍ଧାର୍ଥ ଦଳାଇ, ସ୍ବତନ୍ତ୍ର ସ୍ବରାଜ ସାହୁ, ଶୁଭଙ୍କର ଖିଲାର।

ସମ୍ବନ୍ଧିତ ଖବର