ଜାତୀୟ କାୟାକି˚ ଓ କାନୋଇ˚: ଓଡ଼ିଶା ଉପବିଜେତା

କଟକ: ଭୋପାଳର ଲୋୟର ଲେକ୍‌ରେ ଶେଷ ହୋଇଥିବା ୩୧ତମ ଜାତୀୟ କାନୋସ୍ପ୍ରିଣ୍ଟ କାୟାକି˚ ଓ କାନୋଇ˚ ପ୍ରତିଯୋଗିତାରେ ଓଡ଼ିଶା ଦଳଗତ ଭାବେ ଉପବିଜେତା ହୋଇଥିଲା ବେଳେ ମଧ୍ୟପ୍ରଦେଶ ବିଜେତା ହୋଇଛି। ତେବେ ଉପକନିଷ୍ଠ ବିଭାଗରେ ଓଡ଼ିଶା ବାଳକ ଦଳ ବିଜେତା ହୋଇଛି। କନିଷ୍ଠ ବିଭାଗରେ ଓଡ଼ିଶାର ବାଳକ ଓ ବାଳିକା ଦଳ ଦ୍ବିତୀୟ ଉପବିଜେତା ହୋଇଛନ୍ତି। ଏହି ବିଭାଗରେ ଉତ୍ତରାଖଣ୍ଡ ବାଳକରେ ଓ ମଧ୍ୟପ୍ରଦେଶ ବାଳିକାରେ ବିଜେତା ହୋଇଛନ୍ତି। ଶେଷ ଦିନରେ ଓଡ଼ିଶା ମୋଟ ୭ଟି ପଦକ ପାଇଥିଲା ବେଳେ ସେଥିମଧ୍ୟରେ ଗୋଟିଏ ସ୍ବର୍ଣ୍ଣ ପଦକ ଅନ୍ତର୍ଭୁକ୍ତ। ପ୍ରତିଯୋଗିତାରେ ମୋଟ ୩୦ଟି ପଦକ ହାସଲ କରି ଓଡ଼ିଶା ଉପକନିଷ୍ଠ ବାଳକ ଦଳ ଶ୍ରେଷ୍ଠ ଘୋଷିତ ହେବା ସହ ବିଜେତା ଟ୍ରଫି ହାସଲ କରିଛି।

ଶେଷ ଦିନରେ ୫ ହଜାର ମିଟର କନିଷ୍ଠ ବାଳିକା ସି-୧ରେ ନିହାଦେବୀ, କେ-୧ରେ ରୋଜି ଦେବୀ, ବାଳକ କେ-୧ରେ ରାହୁଲ ସି˚ହ ରୌପ୍ୟ ପଦକ ପାଇଛନ୍ତି। ଉପକନିଷ୍ଠ ବିଭାଗର ୨୦୦ ମିଟର ପ୍ରତିଯୋଗିତାରେ ବାଳକ ବର୍ଗ କେ-୧ରେ ଇରନ୍‌ ବୋରିସି˚ହ ସ୍ବର୍ଣ୍ଣ ପଦକ ପାଇଛନ୍ତି। କେ-୨ରେ ଡାଇମଣ୍ଡ ମିତାଇ ଓ ସାହେଲ ରୌପ୍ୟ ପଦକ ପାଇଛନ୍ତି। କେ-୪ରେ ଦୀପରାଜ ସାହୁ, ସାହିଲ, ଡାଇମଣ୍ଡ ମିତାଇ, ଇରନ୍‌ ବୋରିସି˚ହ, ସି-୧ରେ ଲାଇସମ ବୋରିସି˚ହ ରୌପ୍ୟ ପଦକ ଜିତିଛନ୍ତି। ଓଡ଼ିଶା ଖେଳାଳିଙ୍କ ଏହି ସଫଳତା ପାଇଁ ରାଜ୍ୟ ସ˚ଘ ସମ୍ପାଦକ ବିପିନ ଦାଶ, ପ୍ରଶିକ୍ଷକ ଲାସିରାମ ଜନସନ ସି˚ହ, ପୃଥ୍ବୀରାଜ ସିନ୍ଧେ, ରାଜକୁମାର ନିସାଦ ପ୍ରମୁଖ ଦଳୀୟ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର