କଟକ: ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ଖେଳିଥିବା ତୃତୀୟ ମ୍ୟାଚକୁ ଜିତିଯାଇଛି। ରବିବାର ଆସାମକୁ ୯ ଓ୍ଵିକେଟ ହରାଇ ଓଡ଼ିଶା ପ୍ରତିଯୋଗିତାରେ ଦ୍ୱିତୀୟ ବିଜୟ ହାସଲ କରିଛି। ଓଡ଼ିଶା ଟସ୍ ଜିତି ବୋଲିଂ କରିଥିଲାବେଳେ ବୋଲରମାନେ ପ୍ରଥମରୁ ଆସାମ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ସପ୍ତମ ଓଭରରେ ଦଳୀୟ ରନ୍ ୫ ହୋଇଥିଲାବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ପ୍ରଥମ ଓ୍ଵିକେଟ ଅକ୍ତିଆର କରିଥିଲେ। ଏହାପରଠୁ ନିୟମିତ ଭାବେ ଓ୍ଵିକେଟ ଖସିବା ଆରମ୍ଭ ହୋଇଥିଲା। ମଧ୍ୟକ୍ରମରେ ଅଧିନାୟକ ଗୋକୁଳ ଶର୍ମା ୨୨, ଅମିତ ଶାହା ୨୮, ରୋମାରିଓ ଶର୍ମା ୪୯ ରନ୍ର ପାଳି ଖେଳିଥିଲେ ମଧ୍ୟ ତାହାକୁ ବଡ ସ୍କୋରରେ ପରିଣତ କରିବାରେ ବିଫଳ ହୋଇଥିଲେ। ଫଳରେ ୪୬.୧ ଓଭରରେ ଆସାମ ୧୩୬ ରନ୍ କରି ସମସ୍ତ ଓ୍ଵିକେଟ ହରାଇଥିଲା। ଓଡ଼ିଶା ପାଇଁ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଅଭିଷେକ ରାଉତ ପ୍ରତ୍ୟେକ ୨ ଲେଖାଏଁ ଓ୍ଵିକେଟ୍, ଦୀପକ ବେହେରା, ପ୍ରୟାସ ସିଂହ, ଜୟନ୍ତ ବେହେରା, ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ। ସହଜସାଧ୍ୟ ବିଜୟ ଲକ୍ଷ୍ୟକୁ ଓଡ଼ିଶା ୧ ଓ୍ଵିକେଟ ବିନିମୟରେ ୨୫.୪ ଓଭରରେ ହାସଲ କରିପାରିଥିଲା। ଅନୁରାଗ ଷଡଙ୍ଗୀ ୧୩ ରନ୍ରେ ଆଉଟ ହୋଇଥିଲେ। ରାଜେଶ ଧୂପର ୭୦* (୮୩ ବଲ୍, ୯ ଚୌକା, ୧ ଛକା) ଓ ଗୋବିନ୍ଦ ପୋଦ୍ଦାର ୫୦* ରନ୍ (୪୬ ବଲ୍, ୬ ଚୌକା, ୧ ଛକା) କରି ଓଡ଼ିଶାକୁ ଜିତାଇଥିଲେ। ପରବର୍ତ୍ତୀ ମ୍ୟାଚରେ ଓଡ଼ିଶାର ମୁକାବିଲା ମଙ୍ଗଳବାର କର୍ଣ୍ଣାଟକ ସହିତ ହେବ।
ଓଡ଼ିଶାର ଦ୍ୱିତୀୟ ବିଜୟ
ବିଜୟ ହଜାରେ ଟ୍ରଫି
/sambad/media/post_attachments/wp-content/uploads/2018/02/odisha-cricket-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)