ଭୁବନେଶ୍ବର: ଭାରତୀୟ ନନ୍ଚାକୁ ସଂଘ ଆନୁକୁଲ୍ୟରେ ଉତ୍ତର ପ୍ରଦେଶର କାନପୁରଠାରେ ଆୟୋଜିତ ଚତୁର୍ଥ ଜାତୀୟ ନନ୍ଚାକୁ ପ୍ରତିଯୋଗିତାରେ ଓଡ଼ିଶା ୬୮ ପଦକ ଜିତି ତୃତୀୟ ସ୍ଥାନ ଅଧିକାର କରିଛି। ସେଥିମଧ୍ୟରେ ରହିଛି ୧୨ଟି ଲେଖାଏଁ ରୌପ୍ୟ ଓ ସ୍ବର୍ଣ୍ଣ ସହ ୨୪ଟି କାଂସ୍ୟ। ଜାନୁଆରି ୩୦ରୁ ଫେବ୍ରୁଆରି ପହିଲା ପର୍ଯ୍ୟନ୍ତ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ପ୍ରବନ୍ଧକ ସନ୍ତୋଷ କୁମାର ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୧୮ଜଣିଆ ଓଡ଼ିଶା ଦଳ ଅଂଶଗ୍ରହଣ କରିଥିଲା।
ସେହିଭଳି ଏହି ପ୍ରତିଯୋଗିତା ଅବସରରେ ଅନୁଷ୍ଠିତ ରେଫରି ପରୀକ୍ଷାରେ ଦୀପକ କୁମାର ସାମନ୍ତରା ଓ ସପନ କୁମାର ମିଶ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ ପ୍ରଶିକ୍ଷକ ପରୀକ୍ଷାରେ ସୁବାସ ଚନ୍ଦ୍ର ଦଳାଇ, କ୍ରିଷ୍ଣା ଶିକାରୀ, ଗୋପାଳ ଚନ୍ଦ୍ର କହଁର, ରଞ୍ଜନ କୁମାର ପୃଷ୍ଟି, ବାଇଲୋଚନ୍ ମଲ୍ଲିକ ଓ ଆୟୁଷ ପ୍ରସାଦ ରଥ ସଫଳ ହୋଇଛନ୍ତି। ଏସୀୟ ନନ୍ଚାକୁ ପ୍ରତିଯୋଗିତାରେ ପ୍ରଥମ ଥର ଓଡ଼ିଶାରୁ ଭାଗ ନେଇଥିବା ୫ ଜଣ ପ୍ରତିଯୋଗୀ ମୁକୁନ୍ଦ ବର୍ଦ୍ଧନ , କ୍ରିଷ୍ଣା ଶିକାରୀ, ସା ନ ଭି ମିଶ୍ର , ଶୁଭମ୍ ଦଳାଇ ଓ ପ୍ରଜ୍ଞା ବର୍ଦ୍ଧନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜାତୀୟ ନନ୍ଚାକୁ ସଂଘର ସମ୍ପାଦକ ବାବୁଲ ବର୍ମା ପୁରସ୍କାର ବିତରଣ କରିଥିଲେ।
ଆହୁରି ପଢ଼ନ୍ତୁ: Maoists Surrender: ଆତ୍ମସମର୍ପଣ ପାଇଁ ସର୍ତ୍ତ ରଖିଲେ ମାଓନେତା ନିଖିଲ-ଇନ୍ଦୁ
ପଦକ ଜିିତିଥିବା ଓଡ଼ିଶା ଖେଳାଳିମାନେ ହେଲେ ସ୍ବର୍ଣ୍ଣ: ମୁକୁନ୍ଦ ବର୍ଦ୍ଧନ (୨), କ୍ରିଷ୍ଣା ଶିକାରୀ (୨), ସାନଭି ମିଶ୍ର (୨), ପ୍ରଜ୍ଞା ବର୍ଦ୍ଧନ ଗୋପାଳ ଚନ୍ଦ୍ର କହଁର,ଶୁଭମ୍ ଦଳାଇ, କୁନାଲ ପଟ୍ଟନାୟକ, ଅଭ୍ୟର୍ଥନା ବରାଳ ଓ ଖିତିସ କୁମାର ଯାଦବ (ଗୋଟିଏ ଲେଖାଏଁ)। ରୌପ୍ୟ: ଗୋପାଳ ଚନ୍ଦ୍ର କହଁର (୨), ମନୁଶ୍ରୀ ବରାଳ (୨), ପ୍ରଜ୍ଞା ବର୍ଦ୍ଧନ, ମୁକୁନ୍ଦ ବର୍ଦ୍ଧନ, ଆୟୁଷ ପ୍ରସାଦ ରଥ, ଶୁଭମ୍ ଦଳାଇ, କୁନାଲ ପଟ୍ଟନାୟକ, ଅଭର୍ଥାନ ବରାଳ, ଖିତିସ୍ କୁମାର ଯାଦବ ଓ ହରିହର ମହାପାତ୍ର(ଗୋଟିଏ ଲେଖାଏଁ)। କାଂସ୍ୟ: ବାଇଲୋଚନ ମଲ୍ଲିକ(୩), ରଞ୍ଜନ କୁମାର ପୃଷ୍ଟି (୩), ଓମ୍ ସାଇ ପ୍ରସାଦ (୩), ଆରାଧନା ନାୟକ (୩), ପ୍ରିୟଂଶୁ ଶେଖର (୨), ପ୍ରଜ୍ଞା ବର୍ଦ୍ଧନ, କ୍ରିଷ୍ଣା ଶିକାରୀ, ଆୟୁଷ୍ମାନ ପୃଷ୍ଟି, ଆୟୁଷ ପ୍ରସାଦ ରଥ, ସାନଭୀ ମିଶ୍ର, ଶୁଭମ୍ ଦଳାଇ, ମନୁଶ୍ରୀ ବରାଳ, କୁନାଲ ପଟ୍ଟନାୟକ, ଅଭ୍ୟର୍ଥନା ବରାଳ ଓ ହରିହର ମହାପାତ୍ର(ଗୋଟିଏ ଲେଖାଏଁ)। ସମସ୍ତଙ୍କୁ ଉତ୍କଳ କରାଟେ ସ୍କୁଲ୍ର ପ୍ରତିଷ୍ଠାତା ଡ. ହରି ପ୍ରସାଦ ପଟ୍ଟନାୟକ, ରାଜ୍ୟ କରାଟେ ସଂଘ ସମ୍ପାଦକ ଡ. ଗୌରୀ ମହାନ୍ତି ଏବଂ କରାଟେ ସ୍କୁଲ୍ର ବରିଷ୍ଠ ପ୍ରଶିକ୍ଷକ ଓ ଅଭିଭାବକମାନେ ଶୁଭକାମନା ଜ୍ଞାପନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/02/02bbs_63_02022026_112-2026-02-02-21-47-55.jpg)