ଓଡ଼ିଶା ସେଷ୍ଟୋବଲ ସ˚ଘ: ରାଜକିଶୋର ସଭାପତି, ଦେବାନନ୍ଦ ସମ୍ପାଦକ

କଟକ: ବାରବାଟୀ ଷ୍ଟାଡିୟମ୍‌ ସ୍ଥିତ ଓଡ଼ିଶା ଅଲମ୍ପିକ ସ˚ଘର ସମ୍ମିଳନୀ କକ୍ଷରେ ଓଡ଼ିଶା ସେଷ୍ଟୋବଲ ସ˚ଘର ପ୍ରଥମ ସାଧାରଣ ବୈଠକ ସଭାପତି ରାଜକିଶୋର ମଙ୍ଗଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ନବ ନିର୍ବାଚିତ କର୍ମକର୍ତାମାନଙ୍କ ସହ ବିଭିନ୍ନ ଜିଲ୍ଲା ପ୍ରତିନିଧି ଯୋଗ ଦେଇଥିଲେ। ନବ ନିର୍ବାଚିତ କର୍ମକର୍ତାମାନଙ୍କ ପରିଚୟ ପ୍ରଦାନ ପରେ ଆସୋସିଏସନ୍‌ର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେଷ୍ଟୋବଲ ଖେଳର ପ୍ରଚାର ଓ ପ୍ରସାର ପାଇଁ କର୍ମକର୍ତ୍ତାମାନେ କାର୍ଯ୍ୟ କରିବାକୁ ମତ ପ୍ରକାଶ ପାଇଥିଲା। ଆସନ୍ତା ମାସରେ ହେବାକୁ ଥିବା ଜାତୀୟ କନିଷ୍ଠ ଓ ବରିଷ୍ଠ ପ୍ରତିଯୋଗିତାରେ ଭାଗ ନେବାପାଇଁ ଖେଳାଳି ଚୟନ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ସ୍ଥିର କରାଯାଇଛି। ସ˚ଘର ନୂତନ କର୍ମକର୍ତା ରୂପେ ରାଜ କିଶୋର ମଙ୍ଗଳ ସଭାପତି, ଦେବାନନ୍ଦ ଝା ସମ୍ପାଦକ, ପ୍ରତାପ କୁମାର ଆଚାର୍ଯ୍ୟ କୋଷାଧକ୍ଷ, ତପନ କୁମାର ସାହୁ, ଜ୍ଞାନ ର˚ଜନ ସାହୁ, କମଳାକାନ୍ତ ମହାନ୍ତି ଉପ-ସଭାପତି, ଅଭିଜିତ୍‌ ସିହ୍ନା ସ˚ଗଠନ ସମ୍ପାଦକ, ହମିଦ୍‌ ମହାପାତ୍ର, ବିନୟ ଝା, ଚକ୍ରଧର ମାଝୀ, ଦେବାଶିଷ ଝା, ଅଲେଖ ଚନ୍ଦ୍ର ବେଉରା, ସୁଶାନ୍ତ ସ୍ବାଇଁ ଯୁଗ୍ମ ସମ୍ପାଦକ, ଶିଶିର ସ୍ବାଇଁ, ବିଭୁ ଭୂଷଣ ପାଲ, ଲଭ୍‌ଲି ଝା, ଲିତାଞ୍ଜଳି ବେହେରା, ରମେଶ ଚନ୍ଦ୍ର ସେଠୀ, ବିଶ୍ବଜିତ୍‌ ସ୍ବାଇଁ କାର୍ଯ୍ୟନିର୍ବାହୀ ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ସମ୍ପାଦକ ଦେବାନନ୍ଦ ଝା ଜଣାଇଛନ୍ତି।

ଲାଟିନ୍ ଆମେରିକୀୟ ଖେଳ
ସେଷ୍ଟୋବଲ୍‌ ଖେଳର ଉତ୍ପତ୍ତି ସ୍ଥଳ ହେଉଛି ଲାଟିନ୍ ଆମେରିକୀୟ ଦେଶ ଆର୍ଜେଣ୍ଟିନା। ଆର୍ଜେଣ୍ଟିନା ଶାରୀରିକ ଶିକ୍ଷାର ଜନକ କୁହାଯାଉଥିବା ପ୍ରଫେସର ଏନ୍‌ରିକ୍‌ ରୋମେରୋ ବ୍ରେଷ୍ଟ ୧୮୯୭ ମସିହାରେ ଏହି ଖେଳର ଉଦ୍ଭାବନ କରିଥିଲେ। ତେବେ ବିଭିନ୍ନ ସ୍ଥାନରେ ଏହାର ଲୋକପ୍ରିୟତା ବଢିବାରୁ ୧୯୫୨ ମସିହାରେ ଅର୍ଜେଣ୍ଟିନା ସେଷ୍ଟୋବଲ ମହାସ˚ଘ ଗଠିତ ହୋଇଥିଲା। ଧୀରେଧୀରେ ଏହା ବିଶ୍ବର ବିଭିନ୍ନ ଦେଶରେ ଖେଳାଯିବା ଆରମ୍ଭ ହେଲା। ଭାରତରେ ବାଙ୍ଗାଲୋର ବାସିନ୍ଦା ତଥା କର୍ଣ୍ଣାଟକ କ୍ରୀଡ଼ା ରତ୍ନ ପୁରସ୍କାର ବିଜେତା ମହମ୍ମଦ ଆକିବ୍‌ ଭାରତୀୟ ସେଷ୍ଟୋବଲ ମହାସ˚ଘ ଗଠନ କରି ଦେଶରେ ଏହି ଖେଳର ମୂଳଦୁଆ ପକାଇଥିଲେ। ସେଷ୍ଟୋବଲ୍‌ର ବାସ୍କେଟବଲ୍‌ ଖେଳ ସହିତ କିଛିଟା ସାମଞ୍ଜସ୍ୟ ରହିଛି। ତେବେ ଖେଳିବା ନିୟମ ଓ ବୈଷୟିକ କ୍ଷେତ୍ରରେ ଅଳ୍ପ କିଛି ଫରକ ରହିଛି। ଦୁଇ ଦଳ ବିଶିଷ୍ଟ ମ୍ୟାଚ୍‌ ଏବଂ ପ୍ରତ୍ୟେକ ଦଳରେ ୬ ଜଣ ଖେଳାଳି ଥାଆନ୍ତି। ସେଷ୍ଟୋବଲ ଖେଳ ପଡ଼ିଆର ଆକାର ୨୮ ମିଟର ଲମ୍ବ ଓ ୧୬ ମିଟର ଚଉଡ଼ା। ପ୍ରତ୍ୟେକ ଗୋଲ୍‌ରେ ୨ ପଏଣ୍ଟ ମିଳିଥାଏ। ସେଣ୍ଟର ଲାଇନ୍‌ ପଛରୁ ଗୋଲ୍‌ ହେଲେ ୩ ପଏଣ୍ଟ ମିଳେ। ଏହି ଖେଳରେ ବ୍ୟବହାର ହେଉଥିବା ବଲ୍‌ ଚମଡ଼ା କିମ୍ବା ସିନ୍ଥେଟିକ୍‌ର ହୋଇଥାଏ। ବଲ୍‌ର ଚଉଡ଼ା ୫୫ ସେଣ୍ଟିମିଟର ହୋଇଥିବା ବେଳେ ଓଜନ ୭୫୦ ଗ୍ରାମ ହେବା ବାଧ୍ୟତାମୂଳକ।

ସମ୍ବନ୍ଧିତ ଖବର