ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ରବିବାର ଖେଳାଯାଇଥିବା ଓଡ଼ିଶା ଏଫ୍‌ସି ଓ ମୋହନ ବାଗାନ ସୁପର ଜାଏଣ୍ଟ୍‌ ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ଭାବେ ଶେଷ ହୋଇଚି। ଫଳରେ ଘରୋଇ ଦଳ ପଡ଼ୋଶୀ ମୋହନ ବାଗାନ ସହ ପଏଣ୍ଟ୍‌ ବାଣ୍ଟିଛି। ମ୍ୟାଚ୍‌ର ଚତୁର୍ଥ ମିନିଟ୍‌ରେ ମହମ୍ମଦ ଜାହୋଉଙ୍କ ପାସକୁ ହୁଗୋ ବୌମୋସ ଗୋଲ୍‌ରେ ପରିଣତ କରି ଘରୋଇ ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଘରୋଇ ଦଳର ଏହି ଖୁସି ବେଶୀ ସମୟ ରହି ନଥିଲା। ୩୬ତମ ମିନିଟ୍‌ରେ ମୋହନ ବାଗାନ୍‌ ଗୋଲ୍‌ଟି ଶୁଝି ସ୍ଥିତି ମ୍ୟାଚ୍‌କୁ ସମାନ ସ୍ଥିତିକୁ ନେଇ ଆସିଥିଲା।

Advertisment

ଦିମିତ୍ରି ପେଟ୍ରାଟସ୍‌ଙ୍କ ପାସ୍‌ରେ ମନବୀର ‌ସିଂହ ଏହି ଗୋଲ୍‌‌ ଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧ ୧-୧ ଗୋଲ୍‌ରେ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧ ଉଭୟ ଦଳ ଗୋଲ୍‌ ଦେବାକୁ ଚେ‌ଷ୍ଟା କରିଥିଲେ। ହେଲେ କେହି ଦେଇ ନପାରିବାରୁ ଉଭୟ ଦଳ ୧-୧ ପଏଣ୍ଟ୍‌ରେ ସନ୍ତୁ‌ଷ୍ଟ ରହିଥିଲା। ମ୍ୟାଚ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିଥି ଭାବେ ‌ଯୋଗ ଦେଇ ଖେଳାଳିମାନଙ୍କ ସହ ପରିଚିତ ହୋଇଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏବଂ ବିଧା‌ୟକ ବାବୁ ସିଂହ ପ୍ରମୁଖ ଉପସ୍ଥତି ଥିଲେ।