କଟକ: ଗୌହାଟୀରେ ଶେଷ ହୋଇଥିବା ଜାତୀୟ କନିଷ୍ଠ ସିପକ ଟାକ୍ର ପ୍ରତିଯୋଗିତାରେ ସଫଳତା ପାଇଥିବା ଓଡ଼ିଶା ଦଳକୁ କଟକ ରେଳ ଷ୍ଟେସନ୍ରେ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରତିଯୋଗିତାରେ ବାଳିକା ଦଳ ନାଗାଲାଣ୍ତଠୁ ୨-୦ରେ ପରାସ୍ତ ହୋଇ ଉପ ବିଜେତା ହୋଇଥିଲାବେଳେ ବାଳକ ଦଳ କେରଳଠୁ ୨-୦ରେ ହାରି ତୃତୀୟ ସ୍ଥାନରେ ରହିଥିଲା। ନମିତା ଗିରି ଓ ଇତିଶ୍ରୀ ସାହୁ ବାଳିକା ଦଳର ପ୍ରବନ୍ଧକ ଓ ପ୍ରଶିକ୍ଷକ ଦାୟିତ୍ବରେ ରହିଥିଲାବେଳେ ଗୌରାଙ୍ଗ ନାୟକ ଓ ବୈଶାଳୀ ସାହୁ ବାଳକ ଦଳର ପ୍ରଶିକ୍ଷକ ଓ ପ୍ରବନ୍ଧକ ଦାୟିତ୍ବରେ ରହିଥିଲେ। ଆନ୍ତର୍ଜାତିକ ରେଫରୀ ମହମ୍ମଦ ଗୁଲଫାମ, ବ୍ରଜ ମୋହନ ସାହୁ, ଜାତୀୟ ରେଫରୀ ରାମଚନ୍ଦ୍ର ବାରିକ, ହମିଦ କୁମାର ମହାପାତ୍ର, ବ୍ରଜବନ୍ଧୁ କାଣ୍ତି ପ୍ରମୁଖ ଏହି ଦଳ ସହିତ ଯାତ୍ରା କରିଥିଲେ। ଗୁରୁବାର କଟକ ରେଳ ଷ୍ଟେସନ୍ରେ ସମସ୍ତ ସଦସ୍ୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜ୍ୟ ସିପକଟାକ୍ର ସ˚ଘର ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଓଡ଼ିଶା ସିପକଟାକ୍ର ଦଳକୁ ସମ୍ବର୍ଧନା
/sambad/media/post_attachments/wp-content/uploads/2018/11/6-Sepaktakraw.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)