ଓଡ଼ିଶା ସଫ୍‌ଟ ଟେନିସ୍‌ ଦଳର ଅହମ୍ମଦାବାଦ ଯାତ୍ରା

ଭୁବନେଶ୍ୱର: ଆସନ୍ତା ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ଏକାଦଶ ଉପକନିଷ୍ଠ ସଫ୍‌ଟ ଟେନିସ୍‌ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଯାତ୍ରା କରିଛି। ଅହମ୍ମଦାବାଦ ଅଭିମୁଖେ ଭୁବନେଶ୍ୱର ଛାଡ଼ିବା ପୂର୍ବରୁ ଓଡ଼ିଶା ସଫ୍‌ଟ ଟେନିସ୍‌ ସଂଘର ମୁଖ୍ୟ ପୃଷ୍ଠପୋଷକ ମନୋରଞ୍ଜନ ମହାନ୍ତି, ଉପସଭାପତି ଦିଲୀପ କୁମାର ମହାନ୍ତି, ଜିତେନ୍ଦ୍ର ନାଥ ପଟ୍ଟନାୟକ, କିଟ୍‌ ଓ କିସ୍‌ର କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାସ, କିସ୍‌ର ଉପକ୍ରୀଡ଼ା ଅଧିକାରୀ ରୁଦ୍ରକେଶ ଜେନା, ରଞ୍ଜନ କୁମାର ନନ୍ଦ, କୃଷ୍ଣଚନ୍ଦ୍ର ପଣ୍ଡା ଏବଂ ନବରଞ୍ଜନ ପଟ୍ଟନାୟକ ପ୍ରମୁଖ ଦଳକୁ ଶୁଭେଚ୍ଛା ଜଣାଇଥିଲେ।

ପୁରୁଷ ଦଳ: ଅଜିତ୍‌ ସବାର (ଅଧିନାୟକ), ବଳଦେବ କିସାନି, ରଜତ କୁମାର ରାଇତା, ଲଚ୍ଛମନ୍‌ ମିନକା, ପ୍ରକାଶ ଚନ୍ଦ୍ର ରଇତା, ତରୁଣ କୁମାର ସାହୁ, ମନୋଜ ତାଡ଼ିଙ୍ଗି, ଆର୍ଯ୍ୟନ୍‌ ବ୍ରାହ୍ମିନ୍‌, ରବୀନ୍ଦ୍ର ହଂସ୍‌ (ପ୍ରବନ୍ଧକ) ଓ ମହମ୍ମଦ ଆଜାମ୍‌ (ପ୍ରଶିକ୍ଷକ)। ମହିଳା ଦଳ: କୁମାରୀ ହିମିରିକର (ଅଧିନାୟିକା), କରିସ୍ମା କିସାନ, ମୋନାଲିସା ନାୟକ, ମାନସୀ ମୁଣ୍ଡା, ପ୍ରଭାତୀ ଏକ୍କା, ସୀତା ହଂସଦ୍‌, ରଞ୍ଜିତା ଧାରୁଆ, ଇପ୍‌ସିତା ପ୍ରଧାନୀ, ଅମୀସା ମିଞ୍ଜ୍‌, ଅନସୂୟା ବାରିକ (ପ୍ରବନ୍ଧକ), ବିକାଶ ଚନ୍ଦ୍ର ପଟ୍ଟନାୟକ (ପ୍ରଶିକ୍ଷକ) ଏବଂ ସତୀଶ୍‌ କୁମାର ବିଶ୍ୱକର୍ମା (ଅମ୍ପାୟାର)।

ସମ୍ବନ୍ଧିତ ଖବର