ଓଡ଼ିଶା ସଫ୍ଟଟେନିସ୍‌ ଦଳର ଜମ୍ମୁ କଶ୍ମୀର ଯାତ୍ରା

ଭୁବନେଶ୍ୱର: ଆସନ୍ତା ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଶ୍ରୀନଗରରେ ଆୟୋଜିତ ତ୍ରୟୋଦଶ ଜାତୀୟ ସଫ୍ଟଟେନିସ୍‌ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶା ଦଳ ଜମ୍ମୁକଶ୍ମୀର ଯାତ୍ରା କରିଛି। ପୁରୁଷ ଦଳରେ ଅଜିତ ସବାର (ଅଧିନାୟକ), ରଜତ କୁମାର ରଇତା, ବଳଦେବ କିସାନି, ବିଭୁଜିତ୍‌ ମହୁକା, ହେମନ୍ତ ଛତରିଆ, କୃପାସିନ୍ଧୁ ଉରତା, ମହମ୍ମଦ ଅନ୍‌ସା ଉଲ୍‌ ହକ୍‌ ଏବଂ ମହିଳା ଦଳରେ କରିସ୍ମା କିଶାନ (ଅଧିନାୟିକା), ମୋନାଲିସା ନାୟକ, ସ୍ନେହଲତା, ସିଂହ, କୁମାରୀ ହିମିରିକା, ଆମିସା ମିଞ୍ଜ୍‌, ରିଙ୍କି ମିଞ୍ଜ୍‌, ଲିସା ଜୁଲୁଣ୍ଡି, ଚୂଡାମଣୀ ସୋରେନ୍‌ ସ୍ଥାନ ପାଇଛନ୍ତି। କୁନାଲ ବିଶ୍ୱାଳ ଓ ମହମ୍ମଦ ଆଜମ୍‌ ଏବଂ ଅନସୂୟା ବାରିକ୍‌ ଓ  ବିକାଶ ଚନ୍ଦ୍ର ପଟ୍ଟନାୟକ ଯଥାକ୍ରମେ ପୁରୁଷ ଓ ମହିଳା ଦଳର ପ୍ରବନ୍ଧକ ଓ ପ୍ରଶିକ୍ଷକ ରହିଛନ୍ତି। ଗୌରାଙ୍ଗ ଝାମୁଣ୍ଡା ଅଧିକାରୀ ଭାବେ ଶ୍ରୀନଗର ଯାତ୍ରା କରିଛନ୍ତି। ଓଡ଼ିଶା ସଂଘର ମୁଖ୍ୟ ପୃଷ୍ଠପୋଷକ ମନୋରଞ୍ଜନ ମହାନ୍ତି, ରଞ୍ଜନ କୁମାର ନନ୍ଦ, ଉପସଭାପତି ଦିଲୀପ କୁମାର ମହାନ୍ତି, କିଟ୍‌ ଓ କିସ୍‌ କ୍ରୀଡ଼ା ନିର୍ଦେଶକ ଡ, ଗଗନେନ୍ଦୁ ଦାଶ, କିସ୍‌ର କ୍ରୀଡ଼ା ଅଧିକାରୀ ରୁଦ୍ରକେଶ ଜେନା ନବରଞ୍ଜନ ପଟ୍ଟନାୟକ ଓ କୃଷ୍ଟଚନ୍ଦ୍ର ପଣ୍ଡା ପ୍ରମୁଖ ଉଭୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର