ଓଡ଼ିଶା ଷ୍ଟେଟ୍ ବ୍ୟାଙ୍କିଙ୍ଗ୍ ଟିଟି ଚାମ୍ପିଅନସିପ୍ ଆରମ୍ଭ

ଭୁବନେଶ୍ୱର: ସ୍ଥାନୀୟ ସହିଦ୍‌ନଗର ଇଣ୍ଡୋର ହଲରେ ଶୁକ୍ରବାରଠାରୁ ଓଡ଼ିଶା ଷ୍ଟେଟ୍‌ ବ୍ୟାଙ୍କିଙ୍ଗ୍ ଟେବଲ ଟେନିସ (ଟିଟି) ଚାମ୍ପିଅନସିପ୍ ଆରମ୍ଭ ହୋଇଛି। ଭୁବନେଶ୍ବର ଟେବଲ ଟେନିସ୍‌ ଆସୋସିଏସନ ଓ ଓଡ଼ିଶା ଷ୍ଟେଟ୍ ଟେବଲ ଟେନିସ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ଵର, କଟକ, ପୁରୀ, ଖୋର୍ଦ୍ଧା, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ଓ ରାଜ୍ୟର ଅନ୍ୟ ସହରରୁ ମୋଟ୍ ୨୨୫ ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି । ରାଜ୍ୟ କ୍ରୀଡ଼ା ଯୁବସେବା ବିଭାଗର ଅଧିକାରୀ ଶୁଭ୍ରାଂଶୁ ମିଶ୍ର ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ କରିଥିଲେ। ଏହି ଚାମ୍ପିଅନସିପ୍ ରବିବାର ଶେଷ ହେବ। ପୁରୁଷ ଓ ମହିଳା ବିଭାଗରେ ୧୯, ୧୭, ୧୫, ୧୩ ଓ ୧୧ ବର୍ଷରୁ କମ୍ ଏକକ ବର୍ଗରେ ପ୍ରତିଯୋଗତାରେ ଆୟୋଜିତ ହୋଇଛି।

ସମ୍ବନ୍ଧିତ ଖବର