ଭୁବନେଶ୍ବର: ପୁରୀର ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍ରେ ଚଳିତମାସ ୨୪ ଓ ୨୫ ତାରିଖ ଦୁଇଦିନ ଧରି ଆୟୋଜିତ ରାଜ୍ୟ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତାର ଉପକନିଷ୍ଠ ବର୍ଗରେ ସୁବିଦିତା ବାଗ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତି ଜାତୀୟ ଓପନ୍ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ଜିମ୍ନାଷ୍ଟିକ୍ସ ହାଇପର୍ଫମାନ୍ସ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ୧୨ ବର୍ଷୀୟା ସୁବିଦିତା କଟକ ଜିଲ୍ଲାର ପ୍ରତିନିଧିତ୍ବ କରି ଏଭଳି ସଫଳତା ଲାଭ କରିଛନ୍ତି।
୧୩ବର୍ଷରୁ କମ୍ ଇଭେଣ୍ଟ୍ର ଅନ୍ଇଭିନ୍ ବାର୍ ଏବଂ ଟେବୁଲ ଭଲ୍ଟ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ ସେ। ଏହା ପୂର୍ବରୁ ୨୦୨୪ରେ କୋରାପୁଟର ଜୟପୁରଠାରେ ଆୟୋଜିତ ରାଜ୍ୟ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତାର ଟେବୁଲ ଭଲ୍ଟରେ ଓଡ଼ିଶାର ସର୍ବକନିଷ୍ଠ ଜିମ୍ନାଷ୍ଟ ଭାବେ କାଂସ୍ୟ ପଦକ ହାସଲ କରିଥିଲେ। ସୁବିଦିତା ହେଉଛନ୍ତି ଆଡଭୋକେଟ୍ ସସ୍ମିତା ବାଗ୍ ଓ ବିକ୍ରମ ବାଗଙ୍କ ସୁପୁତ୍ରୀ। ନିଜ କଠିନ ପରିଶ୍ରମ, ଅପୂର୍ବ ଏକାଗ୍ରତା, ଶୃଙ୍ଖଳିତ ଜୀବନ ତଥା ସମର୍ପଣ ଭାବ ଜରିଆରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଅଧିକରୁ ଅଧିକ ପଦକ ଜିତି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ଏହି କୁନି କ୍ରୀଡ଼ାବିତ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/28/new-project-15-2026-01-28-20-48-24.jpg)