୧୨ରୁ ରାଜ୍ୟ ଅନ୍ତଃବିଦ୍ୟାଳୟ, ଵାଇଜିଟିଟିଏ ଟିଟି

କଟକ: ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ସ˚ଘ ଆନୁକୂଲ୍ୟରେ ଆସନ୍ତା ୧୨ ତାରିଖରୁ ଅନ୍ତଃବିଦ୍ୟାଳୟ ଏବ˚ ୧୪ ତାରିଖରୁ ଵାଇଜିଟିଟିଏ ଟେବୁଲ ଟେନିସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମ୍ୟାଚ୍‌ଗୁଡ଼ିକ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଖେଳାଯିବ। ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ରାଜ୍ୟର ଯେକୌଣସି ବୋର୍ଡ ଅଧିନରେ ଥିବା ବିଦ୍ୟାଳୟର ଖେଳାଳିମାନେ ଭାଗ ନେଇପାରିବେ। ଦଳଗତ ବିଭାଗରେ ଗୋଟିଏ ଦଳରେ ସର୍ବନିମ୍ନ ୨ ଓ ସର୍ବାଧିକ ୪ ଜଣ ଖେଳାଳି ରହିପାରିବେ। ୫ ତାରିଖ ସୁଦ୍ଧା ଖେଳାଳିମାନେ ସେମାନଙ୍କ ନାମ ପଞ୍ଜିକରଣ କରିପାରିବେ।

ଅନ୍ୟପକ୍ଷରେ ଵାଇଜିଟିଟିଏ ପକ୍ଷରୁ ୧୪ ତାରିଖରୁ ରାଜ୍ୟ ରୢାଙ୍କିଙ୍ଗ ପ୍ରତିଯୋଗିତା ଆରମ୍ଭ ହେଉଥିଲା ବେଳେ ଏହା ୧୬ ତାରିଖରେ ଶେଷ ହେବ। ବରିଷ୍ଠ ବିଭାଗରେ ପୁରୁଷ ଓ ମହିଳା ବର୍ଗରେ ଏକକ ପ୍ରତିଯୋଗିତା ହେବ। ବାଳକ ଓ ବାଳିକାମାନଙ୍କ ପାଇଁ ୧୯ ବର୍ଷରୁ କମ୍‌, ୧୭ ବର୍ଷରୁ କମ୍‌ କନିଷ୍ଠ ପ୍ରତିଯୋଗିତା, ୧୫ ବର୍ଷରୁ କମ୍‌ ଉପ କନିଷ୍ଠ, ୧୩ ବର୍ଷରୁ କମ୍‌ କ୍ୟାଡେଟ୍‌ ଏବ˚ ୧୧ ବର୍ଷରୁ କମ୍‌ ହୋପ୍‌ସ ବର୍ଗରେ ଏକକ ମ୍ୟାଚ୍‌ ଖେଳାଯିବ। ବିଭିନ୍ନ ବିଭାଗର ରାଜ୍ୟ ଦଳ ଚୟନ ବେଳେ ଏହି ପ୍ରତିଯୋଗିତାର ପ୍ରଦର୍ଶନକୁ ବିଚାରକୁ ନିଆଯିବ। ଏଥିରେ ଓଡ଼ିଶାର ଯେକୌଣସି ଜିଲ୍ଲା ଓ ଅନୁଷ୍ଠାନର ଖେଳାଳିମାନେ ଅ˚ଶଗ୍ରହଣ କରିପାରିବେ। ଅଗଷ୍ଟ ୭ ତାରିଖ ସୁଦ୍ଧା ଖେଳାଳିମାନେ ଏହି ପ୍ରତିଯୋଗିତା ପାଇଁ ନାମ ପଞ୍ଜିକରଣ କରିବେ। ଉଭୟ ପ୍ରତିଯୋଗିତା ସ˚ପର୍କରେ ସବିଶେଷ ବିବରଣୀ ପାଇଁ ରାଜ୍ୟ ସ˚ଘ ସମ୍ପାଦକ କିମ୍ବା ନିହାର ର˚ଜନ ମିଶ୍ର (୮୮୯୫୫୩୭୮୯୪, ୯୩୩୮୧୦୦୦୬୬)ଙ୍କ ସହ କିମ୍ବା ସ˚ଘ ଇ-ମେଲ [email protected]ରେ ଯୋଗାଯୋଗ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର