ଓଡ଼ିଶାରେ ରାଜ୍ୟଗୋଷ୍ଠୀ ଟିଟି ପାଇଁ ପ୍ରସ୍ତୁତି, ସମୀକ୍ଷା କଲେ କ୍ରୀଡ଼ା ସଚିବ

ଜୁନ୍‌ ୨୫ ସୁଦ୍ଧା ମରାମତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଭୁବନେଶ୍ବର, କଟକରେ ଖେଳାଳି ଆସିବା ରାସ୍ତା ସୌନ୍ଦର୍ଯ୍ୟକରଣ ହେବ

କଟକ: ଆସନ୍ତା ମାସ ୧୭ ତାରିଖରୁ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ପର୍ଯ୍ୟାୟ ସମୀକ୍ଷା କରିଛନ୍ତି କ୍ରୀଡ଼ା ସଚିବ ବିଶାଲ ଦେବ। ୨୫ ତାରିଖ ସୁଦ୍ଧା ଷ୍ଟାଡିୟମର ସମସ୍ତ ମରାମତି ଓ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୭ ତାରିଖରେ ସଚିବ ସେଗୁଡ଼ିକର ପୁନଃ ସମୀକ୍ଷା କରିବେ। ସମସ୍ତ ବିଭାଗକୁ ମିଳିତ ଭାବେ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଶନିବାର ଇଡ୍‌କୋ, ପୂର୍ତ୍ତ ବିଭାଗ, ଜିଲ୍ଲା ପ୍ରଶାସନ, ସିଏମ୍‌ସି, ଜଙ୍ଗଲ ବିଭାଗ, ଉଦ୍ୟାନ ବିଭାଗ, ଜିଇଡି ଇତ୍ୟାଦି ବିଭାଗର ଅଧିକାରୀଙ୍କ ସହ ସଚିବ, ଷ୍ଟାଡିୟମର ଭିଆଇପି ପ୍ରକୋଷ୍ଠରେ ଏକ ସମୀକ୍ଷା ବୈଠକ କରିଥିଲେ। ବର୍ତ୍ତମାନ ଷ୍ଟାଡିୟମର ଛାତ ମରାମତି ଶେଷ ହୋଇଯାଇଥିଲା ବେଳେ ସିଲି˚ କାମ ଚାଲିଛି। ଖେଳାଳିମାନଙ୍କ ବିଶ୍ରାମ ଗୃହ, ଗଣମାଧ୍ୟମ ପ୍ରତିନିଧିଙ୍କ ବସିବା ସ୍ଥାନ, ମ୍ୟାଚ୍‌ ପରିଚାଳନା ଅଧିକାରୀଙ୍କ ସ୍ଥାନଗୁଡ଼ିକର ନିର୍ମାଣ ଚାଲିଛି। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଏସବୁ କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି। ଗଡ଼ଖାଇରେ ଥିବା ବାତ୍ୟା କ୍ଷତିଗ୍ରସ୍ତ ଗଛଗୁଡିକର ସ୍ଥିତି ଯାଞ୍ଚ କରି ସେଗୁଡ଼ିକୁ କିପରି କଟାଯିବ ଓ ନୂଆ ଗଛ ଲଗାଯାଇପାରିବ ତାହା ଉପର ପଦକ୍ଷେପ ନେବାକୁ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଷ୍ଟାଡିୟମ ଚାରିପଟେ ଘାସ ବଗିଚାରେ ସୌନ୍ଦର୍ଯ୍ୟକରଣ ଫୁଲଗଛ ଓ ଅନ୍ୟାନ୍ୟ ଗଛ ଲଗାଇବା ଓ ତାହାର ରକ୍ଷଣାବେକ୍ଷଣ କରିବା ପାଇଁ ଉଦ୍ୟାନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଷ୍ଟାଡିୟମକୁ ଯେପରି ନିରନ୍ତର ବିଦ୍ୟୁତ ସ˚ଯୋଗ ରୁହେ ଏବ˚ ବିଜୁଳି କାଟ ହେଲେ ସୁଦ୍ଧା ଯେପରି ଏଠାରେ କୌଣସି ପ୍ରଭାବ ନପଡ଼ିବ ସେଥିପାଇଁ ଧ୍ୟାନ ଦେବାକୁ ଜିଇଡିକୁ କୁହାଯାଇଛି। ଖେଳାଳିମାନେ ଭୁବନେଶ୍ବରରୁ ଷ୍ଟାଡିୟମକୁ ଆସିବା ରାସ୍ତାର ସୌନ୍ଦର୍ଯ୍ୟକରଣ ପାଇଁ ସିଏମ୍‌ସିକୁ କୁହାଯାଇଛି। ଜିଲ୍ଲା ପ୍ରଶାସନ ସହଯୋଗରେ ସିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ହୋର୍ଡି˚ ଲଗାଯିବ। ଖେଳାଳିମାନେ ଯିବାକୁଥିବା ରାସ୍ତାରେ ଉଜ୍ବଳ ଆଲୋକ ବ୍ୟବସ୍ଥା ସହ ସୌନ୍ଦର୍ଯ୍ୟକରଣକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ସଚିନ ତେନ୍ଦୁଲକର ଇଣ୍ଡୋର ହଲ୍‌ରେ ଖେଳାଳିମାନେ ଅଭ୍ୟାସ କରିବେ। ତେଣୁ ସେଠାରେ କ୍ଷତିଗ୍ରସ୍ତ ଲାଇଟ୍‌ ଓ କାଚଗୁଡ଼ିକ ତୁରନ୍ତ ମରାମତି ପାଇଁ ଇଡ୍‌କୋକୁ ଦାୟିତ୍ବ ଦିଆଯାଇଛି।

ସୂଚନାଯୋଗ୍ୟ, ଜୁଲାଇ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଦଳଗତ ଓ ୨୨ ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ ପ୍ରତିଯୋଗିତାଗୁଡ଼ିକ ଅନୁଷ୍ଠିତ ହେବ। ଏଥିପୂର୍ବରୁ ୧୫ ତାରିଖରୁ ଖେଳାଳିମାନେ ଭୁବନେଶ୍ବରରେ ପହଞ୍ଚିବେ। ଖେଳାଳିମାନଙ୍କ ରହିବା ପାଇଁ ସ୍ବସ୍ତି ପ୍ରିମିୟମ ଓ ସ୍ୟାଣ୍ତିସ୍‌ ଟାଵାରରେ ବ୍ୟବସ୍ଥା କରାଯାଇଛି। ସେଠାରୁ ବସ୍‌ ଯୋଗେ ଖେଳାଳିମାନଙ୍କୁ ସିଧାସଳଖ ଇଣ୍ଡୋର ଷ୍ଟାଡିୟମ ଅଣାଯିବ। ବର୍ତ୍ତମାନସୁଦ୍ଧା ଭାରତ ସମେତ ଅଷ୍ଟ୍ରେଲିଆ, ଇ˚ଲଣ୍ଡ, ସିଙ୍ଗାପୁର, ମାଲେସିଆ, ବା˚ଲାଦେଶ, ଶ୍ରୀଲଙ୍କା, ସ୍କଟଲ୍ୟାଣ୍ଡ, ଵାଲ୍‌ଥ, ଜର୍ସି, ସାଇପ୍ରସ, ଦକ୍ଷିଣ ଆଫ୍ରିକା, ନାଇଜେରିଆ ସେମାନଙ୍କ ଦଳ ପଠାଇବାକୁ ସହମତି ଦେଇସାରିଛନ୍ତି। ତେବେ ପାକିସ୍ତାନକୁ ଖେଳିବା ପାଇଁ ଭାରତ ଆସିବାକୁ ସରକାର ଅନୁମତି ଦେଇଥିଲେ ବି ଏହାର ଟେବୁଲ ଟେନିସ୍‌ ଦଳ ଆସିବା ନେଇ କୌଣସି ବିଧିବଦ୍ଧ ସୂଚନା ଆସିନଥିବା ଜଣାପଡିଛି। ତଥାପି ମଙ୍ଗଳବାରସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଓଡ଼ିଶା ଟେବୁଲ ଟେନିସ୍‌ ସ˚ଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର