ଓଡ଼ିଶା ସନ୍ତରଣ ଦଳର ପୁନେ ଯାତ୍ରା

ସମ୍ବଲପୁର: ୯ ତାରିଖରୁ ଖେଲୋ ଇଣ୍ଡିଆ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେବା ପାଇଁ ୪ ଜଣିଆ ଓଡ଼ିଶା ଦଳ ଯାତ୍ରା କରିଛି। ଦଳରେ ତୁଳସୀ କିଷାନ (୨୧ ବର୍ଷରୁ କମ୍ ବାଳିକା), ପ୍ରତ୍ୟାଶା ରାୟ (୧୭ ବର୍ଷରୁ କମ ବାଳିକା), ବିକାଶ ହରିପାଲ (୧୭ ବର୍ଷରୁ କମ୍‌ ବାଳକ) ଖେଳାଳି ଏବଂ ରାଜ୍ୟ ସଂଘ ଯୁଗ୍ମ ସଂପାଦକ ଲକ୍ଷ୍ମୀଚନ୍ଦ୍ର ମହାକୁଡ଼ ପ୍ରଶିକ୍ଷକ ରହିଛନ୍ତି। ଏହାଛଡ଼ା ଓଡ଼ିଶା ରାଜ୍ୟ ସନ୍ତରଣ ସଂଘର ପ୍ରତିନିଧିଭାବେ ସାଧାରଣ ସଂପାଦକ ଦିଲାୱର ‌ହୁସେନ ଏବଂ ରାଜେନ୍ଦ୍ର କୁମାର ମିଶ୍ର ମଧ୍ୟ ପୁନେ ଯାତ୍ରା କରିଛନ୍ତି।

ସମ୍ବନ୍ଧିତ ଖବର