ସର୍ବଭାରତୀୟ ଟେନିସ୍ ବଲ୍ କ୍ରିକେଟ୍ ପାଇଁ ଓଡ଼ିଶା ଦଳ

ଭୁବନେଶ୍ବର: ତାମିଲନାଡୁର ଉଟିସ୍ଥିତ କେଟି ଭ୍ୟାଲିଠାରେ ଜୁନ୍ ୩ ତାରିଖରୁ ସର୍ବଭାରତୀୟ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ସଂଘ ୧୫ ଜଣିଆ ଦଳ ଘୋଷଣା କରିଛି। ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ମାନସ ସାହୁ (ଅଧିନାୟକ ), ପୁଷ୍ପମିତ୍ର ମହାନ୍ତି, ପ୍ରକାଶ ସାହୁ, ଅନୁଭବ ଖଟୁଆ, ସନ୍ତୋଷ ପ୍ରଧାନ, ଶେଖର ସ୍ୱାଇଁ, ମନୁ ଚରଣ ରାଉତ, ରଂଜିତ କୁଣ୍ଡୁ, ସମ୍ପୂର୍ଣ ରଥ (ଉପ ଅଧିନାୟକ), ସୁନିଲ ମଲ୍ଲିକ, ଭିକି ଡିଗଲ, ପୁଣ୍ୟପ୍ରସୂନ ମହାନ୍ତି, ରଞ୍ଜନ ମହାନ୍ତି, ଅରବିନ୍ଦ ସାହୁ, ସାଗର ରାଉତରାୟ। ରବିନ୍ ସାହୁ ପ୍ରଶିକ୍ଷକ ଓ ସୋମନାଥ ପରିଡ଼ା ପ୍ରବନ୍ଧକ ଦାୟିତ୍ବରେ ରହିବେ ବୋଲି ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ସଂଘର ସମ୍ପାଦକ ଶିଥିଲ୍ କୁମାର ପଣ୍ତା ସୂଚନା ଦେଇଛନ୍ତି। ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଜୁନ୍ ପହିଲାରେ ତାମିଲନାଡୁ ଅଭିମୁଖେ ଯାତ୍ରା କରିବେ।

ସମ୍ବନ୍ଧିତ ଖବର