ଜାତୀୟ କନିଷ୍ଠ ବଲ୍‌ ବ୍ୟାଡ୍‌ମିଣ୍ଟନ ପାଇଁ ଓଡ଼ିଶା ଦଳ

କଟକ: ଆସନ୍ତା ୫ରୁ ୯ ତାରିଖ ପର୍ଯ୍ୟନ୍ତ ମଣିପୁରର ଇମ୍ଫାଲଠାରେ ଜାତୀୟ କନିଷ୍ଠ ବଲ୍‌ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ଦଳ ରବିବାର ମଣିପୁର ଗସ୍ତ କରିଛି। ବାଳକ ଦଳରେ ଅମ୍ରିତରାଜ ମହାନ୍ତି, ଆକାଶ ଚୌଧୁରୀ, ଭରତ ଭୂଷଣ ସାହୁ, ଦେବୀପ୍ରସାଦ ସାହୁ, ସିବୁ ବେହେରା, ରିଷଭ ବେହେରା, ପଦ୍ମମୁଖ ବଗର୍ତ୍ତୀ, ରାକେଶ କୁମାର ବାରିକ, ସାଗର କୁମାର ଦଳେଇ, ଦେବା˚ଶୁ ଶେଖର ଦାଶ ସ୍ଥାନ ପାଇଛନ୍ତି। ପ୍ରଣୟ କୁମାର ପଟ୍ଟନାୟକ ପ୍ରଶିକ୍ଷକ ଓ ଅଜୟ କୁମାର ସାହୁ ପ୍ରବନ୍ଧକ ଭାବେ ବାଳକ ଦଳ ସହିତ ରହିବେ। ବାଳିକା ଦଳରେ ଭାରତୀ ସାମନ୍ତରାୟ, ଦୀପାଳି ମାଝୀ, ଇନ୍ଦୁପ୍ରିୟା ବେହେରା, ସ୍ନେହା ବେହେରା, ସ˚ଜୀବ ବାନୋ, ବିନୋଦିନୀ ଜେନା, ଶୁଭଶ୍ରୀ ସରିତା ରାଉତ, ମିଲି ଛତ୍ରିଆ, ଅର୍ପିତା ପଣ୍ତା, ଆଳିବା ପଣ୍ତା ମନୋନୀତ ହୋଇଥିଲା ବେଳେ ଲିପିକା ରାୟ, ଦର୍ଶିନୀ ମହାନ୍ତି ପ୍ରଶିକ୍ଷକ ଓ ଶ୍ୟାମାମଣି ଦାସ ପ୍ରବନ୍ଧକ ଭାବେ ବାଳିକା ଦଳ ସହ ମଣିପୁର ଯାତ୍ରା କରିଛନ୍ତି।

ସମ୍ବନ୍ଧିତ ଖବର