ଛତିଶଗଡ଼ ମ୍ୟାଚ୍‌ ପାଇଁ ଓଡ଼ିଶା ଦଳ ଘୋଷଣା

କଟକ: ଛତିଶଗଡ଼ ବିପକ୍ଷ ସିକେ ନାୟୁଡୁ ଟ୍ରଫି ମ୍ୟାଚ୍‌ ପାଇଁ ଓଡ଼ିଶା ଦଳର ଘୋଷଣା ହୋଇଛି। ଦଳରେ ଏଥର ତିନିଟି ପରିବର୍ତ୍ତନ କରାଯାଇଛି। ଦେବାଶିଷ ସାମନ୍ତରାୟଙ୍କୁ ରଣଜୀ ଦଳରେ ସୁଯୋଗ ଦିଆଯାଇଥିଲା ବେଳେ ବିଶ୍ବଜିତ ଭୂୟାଁ ଓ ପ୍ରଶାନ୍ତ ପାଣ୍ତେଙ୍କୁ ବିଶ୍ରାମ ଦିଆଯାଇଛି। ଏମାନଙ୍କ ସ୍ଥାନରେ ନିର୍ନିମେସ ଜେନା, ପ୍ରତୀକ ତ୍ରିପାଠୀ ଓ ଅଭିଜିତ ପ୍ରସାଦ ଘନ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ଦେବାଶିଷଙ୍କ ସ୍ଥାନରେ ସନ୍ଦୀପ ପଟ୍ଟନାୟକଙ୍କୁ ଦଳର ଅଧିନାୟକ ଦାୟିତ୍ବ ଦିଆଯାଇଛି। ଆସନ୍ତା ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଭିଲାଇର ବିଏସ୍‌ପି ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସିକେ ନାୟୁଡୁ ଟ୍ରଫିରେ ୪ ମ୍ୟାଚ୍‌ ଖେଳିଥିଲା ବେଳେ ୩ଟିରେ ପରାଜୟର ସାମ୍ନା କରିଛି।
ଓଡ଼ିଶା ଦଳ: ସନ୍ଦୀପ ପଟ୍ଟନାୟକ, ଅମ୍ରିତ ଖଟୁଆ, କାର୍ତ୍ତିକ ବିଶ୍ବାଳ, ସୌଭାଗ୍ୟ ମିଶ୍ର, ଜ୍ଞାନଜ୍ୟୋତି ରାଏ, ରାଜକିଶନ ପଟେଲ, ଆଶିଷ ରାଏ, ଅୟସକାନ୍ତ ସାହୁ, ସୌରଭ କାନୋଜିଆ, କ୍ଷମାସାଗର ବଳ, ତାରିଣୀ ସା, ସୁନୀଲ ରାଉଳ, ନିର୍ନିମେସ ଜେନା, ପ୍ରତୀକ ତ୍ରିପାଠୀ, ଅଭିଜିତ ପ୍ରସାଦ ଘନ।

ସମ୍ବନ୍ଧିତ ଖବର