ଭୁବନେଶ୍ବର: ଅଭିଶାନ୍ତ ପାଣିଗ୍ରାହୀଙ୍କୁ ଓଡ଼ିଶା ଉପକନିଷ୍ଠ ରୋଲ୍ ବଲ୍‌ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ‌ଗୁଆହାଟୀରେ ନଭେମ୍ବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ପୂର୍ବାଞ୍ଚଳ (୧୪ ବର୍ଷରୁ କମ୍) ରୋଲ୍ ବଲ୍ ପ୍ରତିଯୋଗିତାରେ ଅଭିଶାନ୍ତ ଓଡ଼ିଶା ଦଳର ନେତୃତ୍ବ ନେବେ। ସାଇ ଶ୍ରୀୟାଂଶ ରାଉତ ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି।

Advertisment

ଏହି ଦଳରେ ଅନୂପ ନାୟକ, ଅଂଶୁମାନ ପାତ୍ର, ଅର୍ମାନ ସୁବୁଦ୍ଧି, ବୀରେନ ଦାସ, କିରଟ କୁମାର ନାୟକ, ପ୍ରୀତ ପ୍ରୀତମ ଜେନା, ପ୍ରତୀକ ଅର୍ଣ୍ଣକ ଜେନା, ସ୍ବସ୍ତିକ ପ୍ରିୟାଂଶ ରାଉତ, ସ୍ବୟଂଶୁ ଏସ୍ କାନୁନଗୋ, ସୂର୍ଯ୍ୟ ପ୍ରତ୍ୟୁଷ ନାୟକ ସ୍ଥାନ ପାଇଛନ୍ତି। ଓଡ଼ିଶା ଦଳର ଖେଳାଳିମାନଙ୍କୁ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ଶୁକକାମନା ଉତ୍ସବରେ ସାମିଲ କରାଯାଇଥିଲା। କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ, ଓଡ଼ିଶା ରୋଲ୍ ବଲ୍ ସଂଘ ସମ୍ପାଦିକା ସୌଦାମିନୀ ପାତ୍ର ପ୍ରମୁଖ ଶୁଭକାମନା ଜଣାଇଥିଲେ।