ଜାତୀୟ ତୀରନ୍ଦାଜି ପାଇଁ ଓଡ଼ିଶା ଦଳ

କଟକ: ଜାମ୍ମୁ କାଶ୍ମୀରଠାରେ ଆସନ୍ତା ୨୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ୪୧ତମ ଜାତୀୟ ବରିଷ୍ଠ ତୀରନ୍ଦାଜି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଇଣ୍ତିଆନ୍‌, ରିକର୍ଭ ଓ କମ୍ପାଉଣ୍ତ ବିଭାଗରେ ହେବାକୁଥିବା ଏହି ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଇଣ୍ତିଆନ୍‌ ରାଉଣ୍ତର ପୁରୁଷରେ ସୂର୍ଯ୍ୟ ପଲେୟା, ସିମାଞ୍ଚଳ କାଦ୍ରେକା, ତ୍ରିନାଥ ମୁଣ୍ତା, ରତ୍ନ ମାଝୀ, ମହିଳାରେ ଲଳିତ ଖଣ୍ତପାତ୍ର, ଜୟଲକ୍ଷ୍ମୀ ମଲ୍ଲିକ, ରିକର୍ଭ ରାଉଣ୍ତର ପୁରୁଷରେ ପ୍ରଭାତ ମିଞ୍ଜ, ର˚ଜିତ ନାଏକ, ସୋମନାଥ ହେମ୍ବ୍ରମ, ସୁରେଶ ଵିକା, ମହିଳାରେ ମମିତା ଓରାମ, ମାଣିଶ୍ବେରୀ ହାଁସଦାକ, କମ୍ପାଉଣ୍ତ ରାଉଣ୍ତ ପୁରୁଷରେ ଦିବ୍ୟର˚ଜନ ମୁଣ୍ତା, ଭାଷ୍କର ଖିଲୋ, ରାହୁଲ ମାଡ଼କାମି, ଏରମା ପଡ଼ିଆମି, ମହିଳାରେ ପ୍ରୀତି ଓରାମ, ନାମ୍‌ସି ମୁଣ୍ତା, ଗୋଲାପ ନାଏକ ସ୍ଥାନ ପାଇଛନ୍ତି। ପ୍ରଶିକ୍ଷକ ଭାବେ ଟିକିଲି ମହାକୁଡ଼, ତପନ କୁମାର ମୁର୍ମୁ, ଭଗତରାମ ନାୟକ ନିଯୁକ୍ତ ହୋଇଛନ୍ତି। ଉକ୍ତ ଖେଳାଳିମାନେ ସାଇ-ହାଲଠାରେ ଅଭ୍ୟାସ ଶିବରରେ ୨୦ଦିନ ଧରି ପ୍ରଶିକ୍ଷଣ ନେବେ। ଓଡ଼ିଶା ତୀରନ୍ଦାଜି ସ˚ଘ ସଭାପତି ଗୋକୁଳ ଚନ୍ଦ୍ର ପତି, ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଦାସ, ହାଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର, ମହାପ୍ରବନ୍ଧକ ରାମପ୍ରସାଦ ଚକ୍ରବର୍ତ୍ତୀ, ଅତିରିକ୍ତ ମହାପ୍ରବନ୍ଧକ କେ.ଅଶୋକନ୍‌ ପ୍ରମୁଖ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର