ଜାତୀୟ ତୀରନ୍ଦାଜୀ ପାଇଁ ଓଡ଼ିଶା ଦଳ

କଟକ: ଆସନ୍ତା ଅପ୍ରେଲ୍‌ ୪ରୁ ୧୩ ତାରିଖ ପର୍ଯ୍ୟନ୍ତ ପୁନେଠାରେ ଜାତୀୟ ବରିଷ୍ଠ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ଦଳର ଘୋଷଣା କରାଯାଇଛି। ଇଣ୍ଡିଆନ୍‌ ରାଉଣ୍ଡ ପାଇଁ ଅଭିରାମ ପଲେୟା, ସିମନ ଗଡ଼ବା, ଜିତ୍ରାଇ ହୋ, ବୁଧୁ ହେମ୍ବ୍ରମ୍‌, ପ୍ରଶିକ୍ଷକ ଭାବେ ତେକଲାଲ୍‌ ପୁରାଏ, ରିକର୍ଭ ରାଉଣ୍ଡ ପାଇଁ ରଂଜିତ ନାଏକ, ସୂର୍ଯ୍ୟମଣୀ ମାଝୀ, ଟୁନା କୁର୍ମୀ, ରଘୁନାଥ ଖୋସଲା, ଚନ୍ଦମଣି ମୁଣ୍ଡା, ସଲ୍‌ଗେ ସୋରେନ୍‌, ପ୍ରୀତି ଓରାମ, ପ୍ରବନ୍ଧକ ଭାବେ ବିଶ୍ୱଜିତ ସିଂହ, ପ୍ରଶିକ୍ଷକ ଭାବେ ରାଜେଶ ହସ୍‌ଦକ, କମ୍ପାଉଣ୍ଡ ରାଉଣ୍ଡ ପାଇଁ କୁଶ ନାଏକ, କିଶୋର କୁମାର ଗୋଣ୍ଡ, ଲାଢେୟା ମୁର୍ମୁ, ଦିବ୍ୟରଂଜନ ମୁଣ୍ଡା, ଗୋଲାପ ନାଏକ, ରେଣୁକା ଓରାମ, ଚମ୍ପା ହହଂଗା, ପ୍ରବନ୍ଧକ ଭାବେ ଅଶୋକ ଘୋଷ ପ୍ରଶିକ୍ଷକ ଭାବେ ରୁପେଶ ସିଂହ ମନୋନୀତ ହୋଇଛନ୍ତି। ଷଷ୍ଠ ପ୍ରାଇଜ୍‌ ମନି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କ ମଧ୍ୟରୁ ଏମାନଙ୍କୁ ଚୟନ କରାଯାଇଥିବା ରାଜ୍ୟ ତୀରନ୍ଦାଜ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ଖେଳାଳିଙ୍କୁ ସଂଘ ସଭାପତି ଅଜିତ କୁମାର ତ୍ରିପାଠୀ, ସମ୍ପାଦକ ଶ୍ରଦ୍ଧାନନ୍ଦ ଦାସ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର