ଭୁବନେଶ୍ବର: ପାଟନାରେ ଆସନ୍ତା ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଜାତୀୟ ବାସ୍କେଟବଲ୍ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳର ଘୋଷଣା ହୋଇଛି। ପୁରୁଷ ବିଭାଗରେ ସହିଦ ଖାନ୍, ଶ୍ରବଣ କୁମାର, ଶିବଶଙ୍କର, ରୋଶନ୍, ସେଖ ରିଆଜ, ସେଖ ଅବତାବ, ଚିତ୍ତରଂଜନ ପ୍ରଧାନ, ସୁମନ ସାହୁ, ସେକ୍ ଫୟାଜ, ସୁରେଶ ଦାସ, ରୁଦ୍ରକାନ୍ତ ସାହୁ, ସ୍ବାଗତ ସାହୁ ଏବଂ ମହିଳା ବିଭାଗରେ ସରସ୍ବତୀ ବେହେରା, ଲିପ୍ରା ଶତପଥୀ, ସୁବାଙ୍ଗୀ ସାହୁ, ଅନୁରାଧା ସେଠ୍, ଲିଜାରିନ୍ ଜେନା, ଶ୍ବେତା ପ୍ରଧାନ, ପ୍ରଗତି ରାୟ, ମିନାକ୍ଷୀ କରନ୍, ସ୍ବାଗତିକା ସାହୁ, ସୁମତି ସିଂହଦେଓ, ଅମ୍ବିକା ବାତ୍ରା, ଆୟୁଷୀ ମଲ୍ଲିକ ସ୍ଥାନ ପାଇଛନ୍ତି। ଅଶୋକ କୁମାର ନାୟକ ଓ କାର୍ତ୍ତିକ ବେହେରା ଏବଂ ସ୍ମରିତା ସାମନ୍ତରାୟ ଓ ପୂଜା ବିଶ୍ବାଳ ଯଥାକ୍ରମେ ପୁରୁଷ ଓ ମହିଳା ଦଳର ପ୍ରଶିକ୍ଷକ ରହିଛନ୍ତି। ଦଳର ପ୍ରବନ୍ଧକ ଭାବେ ଅମିତ ଦାସ ମହାପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି। ଓଡ଼ିଶା ଦଳ ଗୁରୁବାର ପାଟନା ଗସ୍ତ କରିବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp