ଜାତୀୟ ଉପକନିଷ୍ଠ କୁସ୍ତି ପାଇଁ ଓଡ଼ିଶା ଦଳ

କଟକ: ଆସନ୍ତା ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ମହରାଷ୍ଟ୍ରରେ ହେବାକୁଥିବା ଜାତୀୟ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳର ଘୋଷଣା ହୋଇଛି। ବାଳକ ବିଭାଗରେ ୪୧ କିଗ୍ରାରେ ଜିଶୁୟାଙ୍ଗ ଆବୁଗ, ୪୫ କିଗ୍ରାରେ ରାଜୀବ ସୋରେନ୍‌, ୫୧ କିଗ୍ରାରେ କେଶବ ଚନ୍ଦ୍ର ନାୟକ, ୫୫ କିଗ୍ରାରେ ତାପସ ବେହେରା, ୬୦ କିଗ୍ରାରେ ଲୋକନାଥ ସୁପକାର, ୬୫ କିଗ୍ରାରେ କିରଣ ଦଳେଇ ସ୍ଥାନ ପାଇଛନ୍ତି। ସେହିପରି ବାଳିକା ବିଭାଗରେ ୩୬ କିଗ୍ରାରେ ଅନ୍ନପୂର୍ଣ୍ଣା ଜେନା, ୪୦ କିଗ୍ରାରେ ଶୁଭଶ୍ରୀ ବେହେରା, ୪୩ କିଗ୍ରାରେ ଶୁଭଶ୍ରୀ ନାୟକ, ୪୬ କିଗ୍ରାରେ ରୋଜାଲିନ୍‌ ପାଲ୍‌, ୪୯ କିଗ୍ରାରେ ସଙ୍ଗୀତା ମହାପାତ୍ର, ୫୩ କିଗ୍ରାରେ ସନ୍ତୋଷିନୀ ନାୟକ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ। ବାଳକ ଦଳରେ ପ୍ରଶିକ୍ଷକ ଭାବେ କାଳିନ୍ଦୀ ଚରଣ ମାଳିଆ, ପ୍ରବନ୍ଧକ ଭାବେ ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ ଏବଂ ବାଳିକା ଦଳରେ କଲ୍ୟାଣୀ ବାରିକ ପ୍ରଶିକ୍ଷକ ଓ ସନ୍ତୋଷ କୁମାର ଦାସ ପ୍ରବନ୍ଧକ ଭାବେ ନିଯୁକ୍ତ ହୋଇଛନ୍ତି। ଗତ ଜାନୁଆରି ୨୧ ତାରିଖରେ ଭୁବନେଶ୍ୱରସ୍ଥିତ ଉତ୍କଳ କରାଟେ ସ୍କୁଲ୍‌ରେ ଶେଷ ହୋଇଥିବା ରାଜ୍ୟ କୁସ୍ତି ପ୍ରତିଯୋଗିତାରୁ ଏହି ଖେଳାଳିମାନେ ମନୋନୀତ ହୋଇଥିବା ରାଜ୍ୟ କୁସ୍ତି ସଂଘ ସମ୍ପାଦକ ବିନୋଦ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର