ଜାତୀୟ କନିଷ୍ଠ ଓ ଯୁବ ଉଷୁ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ

ଭୁବନେଶ୍ବର: ଭାରତୀୟ ଉଷୁ ସଂଘ ଦ୍ବାରା ଆୟୋଜିତ ବିଂଶତମ ଜାତୀୟ କନିଷ୍ଠ ଓ ଯୁବ ଉଷୁ ପ୍ରତିଯୋଗିତା ଲାଗି ରବିବାର ଓଡ଼ିଶା ଦଳ ଘୋଷିତ ହୋଇଛି। ଏହି ପ୍ରତିଯୋଗିତା ପଞ୍ଜାବସ୍ଥିତ ଲଭ୍‌ଲି ପ୍ରଫେସନାଲ୍‌ ବିଶ୍ବବିଦ୍ୟାଳୟଠାରେ ଚଳିତ ମାସ ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିଲାଗି ୩୦ ଜଣିଆ ଓଡ଼ିଶା ଦଳ (୯ ବାଳିକା ଓ ୧୫ ବାଳକ) ସୋମବାର ସେଠାକୁ ଗସ୍ତ କରିବ। ଏମାନଙ୍କ ସହ ଓଡ଼ିଶା ଉଷୁ ସଂଘର ସାଧାରଣ ସମ୍ପାଦକ ତଥା ଅନ୍ତର୍ଜାତୀୟ ବିଚାରକ ପ୍ରଦ୍ୟୁମ୍ନ ବେହେରା, ଅନୁରୋଧା ଡୋରା (ବିଚାରକ), ସୃଜନ କୁମାର ରଥ, ପଙ୍କଜ ମାହନ୍ତ (ପ୍ରଶିକ୍ଷକ) ଏବଂ ଉଦୟନାଥ ରାଉତ ଓ ବିଶାଖା ପ୍ରିୟଦର୍ଶନୀ (ପ୍ରବନ୍ଧକ) ମଧ୍ୟ ପଞ୍ଜାବ ଗସ୍ତ କରି‌ବେ। ସଫଳତା ଲାଗି ଓଡିଶା ଉଷୁ ସଂଘର ସଭାପତି ତଥା ପ୍ରଥମ ଆନ୍ତର୍ଜାତୀକ ବିଚାରକ ସୁଧାଂଶୁ ଶେଖର ହରିଚନ୍ଦନ, ଉପସଭାପତି ଶିବାନନ୍ଦ ରାୟ ଏବଂ ଓଡ଼ିଶା କିକ୍ ବକ୍ସିଂ ସଂଘର ସାଧାରଣ ସଂପାଦକ ବିଭୂତି ଭୂଷଣ ବେହେରା ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ଓଡ଼ିଶା ଦଳ: ପ୍ରେମ ମୁଣ୍ଡା, ବାବୁଲା ମୁଣ୍ଡା, କ୍ରିଷ୍ଣା ଖଣ୍ଡାୟତ, ଅଭିଷେକ ମହାରଣା, ଜନ୍ମେଞ୍ଜୟ ପ୍ରଧାନ, ଶିବଦତ୍ତ ମହାକୁଡ଼, ହ୍ରିତିକ ମେହେର, ଶିବାଜୀ ମୁଣ୍ଡା, ରାଜେଶ ମୁଣ୍ଡା, ଦେବବ୍ରତ ଯାଦବ (ବାଳକ ସଂଶୋ), ସୁମିତ୍ରା ମୁଣ୍ଡା, ଅନ୍ଵେଷା ପଲେଇ, ଆରତୀ ଗୋପେ, ରିୟା ଠାକୁର, ମନୀଷା ଗୁପ୍ତା (ବାଳିକା ସଂଶୋ), ସ୍ଵୟଂ ସିଦ୍ଧାର୍ଥ ପ୍ରଧାନ, ଗୌରବ ଅଗ୍ରୱାଲ, ସନ୍ତୋଷ କୁମାର ଦାସ, ସୃଜେନ ଇସଲାମ, ରାଜକୁମାର ମୁଣ୍ଡା (ବାଳକ ତାଉଲ), ଶୃତି ଶିବାନୀ ପ୍ରଧାନ, ପାୟଲ ପଟ୍ଟନାୟକ, ନୁପୁର ପଟ୍ଟନାୟକ, ଯଶୋଦା ପୂର୍ତି (ବାଳିକା ତାଉଲ)।

ସମ୍ବନ୍ଧିତ ଖବର