ଜାତୀୟ କାୟାକିଂ ଓ କାନୋଇଂ ପାଇଁ ଓଡ଼ିଶା ଦଳ

କଟକ: ଭୋପାଳରେ ଜାନୁଆରି ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ୨୮ତମ ଜାତୀୟ କାୟାକିଂ ଓ କାନୋଇଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଶନିବାର ୩୧ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ପୁରୁଷ କାନୋଇଂ ଦଳରେ ରଂଜନ ବାରିକ, ରାଜେନ୍ଦ୍ର ନାଏକ, ଦିବ୍ୟରଂଜନ ଦଳେଇ, ସାନ୍ଥୋଇ ସିଂହ, ନାମରିକାମ ସିଂହ, ସଲାମ ସିଂହ, ରୋହିତ ଡୁଙ୍ଗଡୁଙ୍ଗ, ଓନିମା ଗାନ୍ଧୀ ସିଂହ, ସମିର କାଲିଆ ଓ ମହିଳା କାନୋଇଂରେ ଏଲିନା ରାଉତ, ବିଦ୍ୟାପତି ଚାନୁ, ସଚିମା କେର୍କେଟା, ସଲାମ ଆର୍‌ସିମା ଦେବୀ, ନିତୁ ଟପ୍ପୋ ସ୍ଥାନ ପାଇଛନ୍ତି। ପୁରୁଷ କାୟାକିଂରେ ନାନୋ ମିତାଇ, ନିହାର ଜେନା, ନାଗସିପାମ, ରାହୁଲ ସିଂହ, ଦେବେନ୍ଦ୍ର ଦାସ, ସୌମ୍ୟା ମହାପାତ୍ର, ଦିବ୍ୟ ମହାନ୍ତି, ରିତିକ ସିଂହ, ରଂଜିତ ନାଏକ ଓ ମହିଳା କାୟାକିଂରେ ସରୋଜିନୀ ଟପ୍ପୋ, ରିନା ପୁଜାରୀ, ଅସ୍‌ମିତା କୁଜୁର, ଏଲିନା ଆଲ୍‌ରିକା ଟପ୍ପୋ, ଓନିମା ବିଦ୍ୟାଦେବୀ, ଫୁଲମଣି ଏକ୍କା, ଏସ୍‌ମା ବରାଳ, ନିକିତା ଟପ୍ପୋ ସ୍ଥାନ ପାଇଛନ୍ତି। ମୁଖ୍ୟ ପ୍ରଶିକ୍ଷକ ଭାବେ ଜନସନ ସିଂହ, ପ୍ରବନ୍ଧକ ଭାବେ ରଘୁ ସିଂହ ଓଡ଼ିଶା ଦଳ ସହ ଆସନ୍ତା ୪ ତାରିଖରେ ଭୋପାଳ ଯାତ୍ରା କରିବେ। ଏହି ଦଳ ସହ ସର୍ବଭାରତୀୟ ସଂଘ ଉପ ସଭାପତି ତଥା ଓଡ଼ିଶା କାୟାକିଂ ଓ କାନୋଇଂ ସଂଘ ସମ୍ପାଦକ ବିପିନ୍‌ ଦାଶ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ।

ସମ୍ବନ୍ଧିତ ଖବର